ରାଜ୍ୟ

ମାଟ୍ରିକ ପରୀକ୍ଷାର ହେବ ଲାଇଭ୍‌ ଷ୍ଟ୍ରିମିଂ

Spread the love

ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ)ର ଲାଇଭ୍ ଷ୍ଟ୍ରିମିଙ୍ଗ୍‌ ବ୍ୟବସ୍ଥା ହେବ। ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବ। ମାଟ୍ରିକ୍ ପରୀକ୍ଷାରେ କପି ରୋକିବା ସହ ପ୍ରଶ୍ନପତ୍ର ଭାଇରାଲ ଭଳି ଅନିୟମିତତାକୁ ପ୍ରତିହତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ ଏଭଳି ବୈଷୟିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଲାଇଭ୍‌ ଷ୍ଟ୍ରିମିଙ୍ଗ୍‌ ବ୍ୟବସ୍ଥା ରାଜ୍ୟର ସମସ୍ତ‌ ପରୀକ୍ଷା କେନ୍ଦ୍ରରେ କିଭଳି କାର୍ଯ୍ୟକାରୀ ହୋଇପାରିବ ‌ସେଥିପାଇଁ ବୋର୍ଡ କର୍ତ୍ତୃପକ୍ଷ ବିଭିନ୍ନ ଆଇଟି ଫାର୍ମରୁ ଟେଣ୍ଡର ଆହ୍ବାନ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *