କ୍ରୀଡା

ଆଜିଠାରୁ ହକି ଇଣ୍ଡିଆ ଲିଗ୍‌ ଆରମ୍ଭ

Spread the love

ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟିବ। ଆଜି(ଶନିବାର) ସନ୍ଧ୍ୟାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍‌। ଆଜିଠାରୁ ହିରୋ ହକି ଇଣ୍ଡିଆ ଲିଗ୍‌ର ବହୁ ପ୍ରତିକ୍ଷୀତ ଐତିହାସିକ ପ୍ରତ୍ୟାବର୍ତ୍ତନ ଘଟିବାକୁ ଯାଉଛି। ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହେବ ଏହି ଲିଗ୍‌। ଟିମ୍‌ ଗୋନାସିକ ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ।ଏହି ହକି ମହାକୁମ୍ଭକୁ ଉପଭୋଗ କରିବାର ସୁଯୋଗ ପାଇବେ ଦର୍ଶକ। ୨୦୧୭ ପରଠାରୁ ବନ୍ଦ ହୋଇଯାଇଥିବା ଏହି ଲିଗ୍‌, ୭ ବର୍ଷର ବ୍ୟବଧାନପରେ ଆକର୍ଷଣୀୟ ଢଙ୍ଗରେ ଫେରୁଛି। ଦର୍ଶକଙ୍କ ପାଇଁ ମାଗଣା ଟିକଟ୍‌ ବ୍ୟବସ୍ଥା ଥିବାରୁ ଏଥର ମଧ୍ୟ ଭିଡ଼ ଅସମ୍ଭାଳ ହେବା ଆକଳନ କରାଯାଉଛି।ହକିର ଅନ୍ତୁଡ଼ିଶାଳଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ଏହି ହକି ମହାକୁମ୍ଭ ଆୟୋଜିତ ହେଉଥିବାରୁ, ଏହାକୁ ନେଇ ହକିପ୍ରେମୀ ମହଲରେ ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ୁଛି।ଏଥର କେବଳ ପୁରୁଷ ନୁହେଁ, ବରଂ ପ୍ରଥମଥର ପାଇଁ ମହିଳା ଲିଗ୍‌ ମଧ୍ୟ ଆୟୋଜନ କରାଯାଉଛି। ପୁରୁଷ ଲିଗ୍‌ ରାଉରକେଲାରେ ଖେଳାଯିବାକୁ ଥିବାବେଳେ ରାଞ୍ଚିରେ ମହିଳା ଲିଗ୍‌ ଖେଳାଯିବ।ପୁରୁଷ ଲିଗ୍‌ରେ ୮ଟି ଓ ମହିଳାରେ ୪ଟି ଦଳ ନିଜର କଳାକୌଶଳ ପ୍ରଦର୍ଶନ କରିବେ। ପୁରୁଷ ଲିଗ୍‌ ମୋଟ୍‌ ଦୁଇଟି ପର୍ଯ୍ୟାୟରେ ଖେଳାଯିବ। ଡିସେମ୍ବର ୨୮ ତାରିଖରୁ ଜାନୁଆରି ୧୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁଥିବା ପ୍ରଥମ ପର୍ଯ୍ୟାୟରେ ସମସ୍ତ ୮ଟି ଦଳ ପରସ୍ପର ମଧ୍ୟରେ ଖେଳିବେ।

Leave a Reply

Your email address will not be published. Required fields are marked *