ରାଶିଫଳ

Spread the love

ମେଷ : ଆଜି ସକାଳୁ ସକାଳୁ ଖୁସି ଖବର ପାଇବା ସାଙ୍ଗକୁ ଅର୍ଥଲାଭର ସୈାଭାଗ୍ୟ ଅର୍ଜନ କରିବେ । ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କ ଭଲ ରହି ନ ପାରେ ।

ବୃଷ : ଯୁକ୍ତିତର୍କ କାରଣରୁ ପାରିବାରିକ ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ । ବନ୍ଧୁ ସାମୟିକ ସହଯୋଗକୁ ସ୍ବାର୍ଥ ସାଧନ ଦିଗରେ ଲଗାଇବେ । ଆତ୍ମୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କଲେ ମଧ୍ୟ କିଛି ପାରିବେ ନାହିଁ ।

ମିଥୁନ : ଆଜି ପଡ଼ୋଶୀଙ୍କ ପରାମର୍ଶ କ୍ରମେ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ଦ୍ୱାରସ୍ଥ ହୋଇପାରନ୍ତି । ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ । ଜଣେ ବାନ୍ଧବୀଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ ।

କର୍କଟ : ବନ୍ଧୁଙ୍କ ସାହାଯ୍ୟ ଓ ବଦାନ୍ୟତା ଆପଣଙ୍କୁ ଅର୍ଥଲାଭ କରାଇଲେ ମଧ୍ୟ କାର୍ଯ୍ୟ ହାସଲ ପାଇଁ ଯଥେଷ୍ଟ ହେବ ନାହିଁ । ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଦକ୍ଷତା ଓ ଦୃଢ଼ତା କେତେକ କ୍ଷେତ୍ରରେ ସାହାଯ୍ୟ କରିବ ।

ସିଂହ : ଯେତେ ସତର୍କରେ ଚଳିଲେ ମଧ୍ୟ କିଛିନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ସହକର୍ମୀଙ୍କ ସହ ସମ୍ପର୍କ ଯୋଡିବାରେ ଆପଣଙ୍କ କୌଶଳ ସାହାଯ୍ୟ କରିବ । କଠିନଶ୍ରମ ଓ ଭ୍ରମଣଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି ।

କନ୍ୟା : ସବୁ ସୁବିଧା ଥିଲେ ମଧ୍ୟ କୌଣସି କାମ ସହଜରେ ସମ୍ପନ୍ନ ହେବ ନାହିଁ । ଉଚ୍ଚ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭକରି ସାମୂହିକ କାମରେ ଲୋକ ସମ୍ପର୍କ ସୃଷ୍ଟି କରିପାରିବେ । ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ଅପରାହ୍ନରେ ତାହା ଟିକିଏ ବିଳମ୍ବରେ ପାଇବେ ।

ତୁଳା : ପୂର୍ବ ସ୍ଥିରୀକୃତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହୋଇପାରନ୍ତି । ଆଜିର ସକାଳୁଆ ଯାତ୍ରା ଶୁଭପ୍ରଦ ହେବ, ତଥାପି ଜିନିଷପତ୍ର ହଜିଯିବାର ସମ୍ଭାବନା ରହିଛି । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ ।

ବିଛା : ତରବରିଆ ପଦକ୍ଷେପ କାରଣରୁ ଯାହା ଭାବୁଥିବେ କାମ କରିବା ବେଳକୁ ତାହା ଓଲଟା ହୋଇଯିବ । ପ୍ରିୟଜନଙ୍କ ସହ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ।

ଧନୁ : ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି । ବୈବାହିକ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ । ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଦୂରେଇ ଯିବ ।

ମକର : ସମସ୍ୟା ଲାଗି ରହିଥିବାରୁ ପ୍ରତିଟି ପଦକ୍ଷେପରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିବ । ସାଧାରଣ କଥାରେ ସ୍ତ୍ରୀଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ । ସମସ୍ୟା ଉପୁଜିବା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ ।

କୁମ୍ଭ : ଶାରୀରିକ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ଟେନ୍ସନ ଜମା ପିଛା ଛାଡିବ ନାହିଁ । କିନ୍ତୁ ପୂର୍ବଭାଦ୍ରବ ନକ୍ଷତ୍ରର ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରଶଂସିତ ହେବେ । ଆର୍ଥିକ ସ୍ବଚ୍ଛଳତା ବଢ଼ିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ ।

ମୀନ : କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ । ବନ୍ଧୁଙ୍କ ନିକଟରେ ବାକି ପଡିଥିବା ଟଙ୍କା ଆଜି ଚେଷ୍ଟା କଲେ ପାଇପାରିବେ ।

Leave a Reply

Your email address will not be published. Required fields are marked *