ରାଜ୍ୟ

ଭିଆରଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍

Spread the love

ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ ଭିଆରଏସ୍ ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ୧୫ ଦିନ ତଳେ ସେ କେନ୍ଦ୍ର ନିକଟରେ ଭିଆରଏସ୍ ପାଇଁ ଆବେଦନ କରିଥିଲେ ।  କେନ୍ଦ୍ର ସରକାର ଭିଆରଏସକୁ ମଞ୍ଜୁରି ଦେଇଥିବା ଜଣାପଡ଼ିଛି । ବ୍ୟକ୍ତିଗତ କାରଣରୁ IAS ଚାକିରି ଛାଡ଼ିଲେ ।  ୨୦୦୦ ବ୍ୟାଚ୍‌ ର ଆଇଏଏସ୍ ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ୍ । ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ପତ୍ନୀ ହେଉଛନ୍ତି ସୁଜା କାର୍ତ୍ତିକେୟନ୍ । ପୂର୍ବରୁ ଭିଆର୍‌ଏସ୍‌ ନେଇ ଭିକେ ପାଣ୍ଡିଆନ୍ ମଧ୍ୟ ରାଜନୀତିକୁ ଆସିଥିଲେ । ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ୍ ।  ତେବେ ଭିଆର୍‌ଏସ୍‌ ନେବା ପରେ ସୁଜାତା ଏବଂ ପାଣ୍ଡିଆନ୍‌ ଙ୍କ ଆଭିମୁଖ୍ୟ କଣ ରହିବ , ତା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *