ଜୁଲାଇ ୨୪ ତାରିଖ, ସୋମବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ମେଷ – ଷଷ୍ଠ ଚନ୍ଦ୍ର ଯୋଗୁଁ ସବୁ ପ୍ରକାର ଶୁଭ ଦାୟକ । ବନ୍ଧୁ ମିଳନ ର ଯୋଗରହିବ।ବ୍ୟବସାୟରେ ଇଚ୍ଛାକୃତ ଲାଭ ପାଇବା ପରେ ଆପଣ ବହୁତ ଖୁସି ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ । । ବିଦ୍ୟାର୍ଥୀ ମାନେ ପାଠ କୁ ଅଧିକ ଗୁରୁତ୍ଵ ଦେବେ।
ବୃଷ – ଶୁକ୍ଳପକ୍ଷ ପଞ୍ଚମ ଚନ୍ଦ୍ର ବଳବାନ ରହିଥିବାରୁ ,ପାରିବାରିକ ଜୀବନ ଉତ୍ତମ ରହିବ ହେଲେ ମଧ୍ୟ ,ମନ ସାମାନ୍ୟ ଚିନ୍ତା ରେ ରହି ପାରେ । ଶାରୀରିକ ଅସୁସ୍ଥତା ମଧ୍ୟ କିଛି ଦେଖା ଦେବ । ବ୍ୟବସାୟ ରେ ଯାତ୍ରା କରି ପାରନ୍ତି ଯାହା ଆପଣଙ୍କୁ ଲାଭଦାୟକ ହେବ ।ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।
ମିଥୁନ – ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଙ୍ଗରେ କୌଣସି ଆଘାତ ଲାଗିପାରେ । ଅପଦସ୍ତ ହେବାରୁ ନିଜକୁ ରୋକନ୍ତୁ । ମାନସିକ ଚିନ୍ତାରେ ରହି ନିଷ୍ପତି ନେବେ । ଛାତ୍ରଛାତ୍ରୀମାନେ ବ୍ୟସ୍ତତାରେ ଦିନ କାଟିବେ । ବ୍ୟବସାୟ ମଧ୍ୟମ ଫଳ ଦେବ । ଦାମ୍ପତ୍ୟ ଜୀବନରେ କଳହ ଲାଗିପାରେ ।
କର୍କଟ – ତୃତୀୟ ଚନ୍ଦ୍ର ଯୋଗ ରହି ଥିବାରୁ , ଦିନଟି ଖୁସି ରେ କଟିବ ଭ୍ରମଣ ର ଯୋଗ ରହିବ । କୌଣସି ସ୍ଥାନ ରୁ ସମ୍ମାନ ର ଅଧିକାରୀ ହେବେ । ଚାକିରି ରେ ପଦୋନ୍ନତି ମିଳିବ । ଲାଗିଥିବା ସମସ୍ୟା ର ସମାଧାନ ହେବ । ବ୍ୟବସାୟ ରେ ଅଳ୍ପ ପରିଶ୍ରମ ରେ ଅଧିକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ଲାଭ କରିବେ ।
ସିଂହ – କୌଣସି କାର୍ଯ୍ୟ କିମ୍ବା ବାସ୍ତୁ କୁ ନେଇ ଆଶାବାଦୀ ହୋଇ ରହିବେ।ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ଆଜି ପ୍ରାପ୍ତ ହେବ । ଆୟର ଯୋଗ ଉତ୍ତମ ରହିବ । ବ୍ୟାପାର ରେ ଅଧିକ ଲାଭ ଯୋଗ ରହିଛି । ପତ୍ନୀ ଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ ।
କନ୍ୟା – ମନ ପ୍ରସନ୍ନ ଓ ପ୍ରଫୁଲ୍ଲ ରହିବ । ଉତ୍ତମ ଫଳ ଲାଭ ହେବ ।ଧର୍ମ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ । ଚାକିରି ରେ ପଦୋନ୍ନତି ଘଟିବ । ବ୍ୟବସାୟ ରେ ଅଧିକ ଅର୍ଥ ଲାଭ ର ଯୋଗ ର ହିଛି । ମାନ ସମ୍ମାନ ମିଳିବ । ବିଦ୍ୟାର୍ଥୀ ମାନେ ଅଧିକ ମନୋନିବେଶ କରିବେ ।
ତୁଳା – ଦ୍ଵାଦଶ ଚାନ୍ଦ ରହିଥିବାରୁ , ଶାରୀରିକ ସମସ୍ୟା ଦେଖା ଦେବ ।ତଳିପେଟ ରେ ଯନ୍ତ୍ରଣା ଦେଖା ଦେବ ଆର୍ଥିକ ବ୍ୟୟ ରେ ଦିନଟି କଟିବ । ବଡ଼ ସଫଳତା ମିଳି ନ ପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ ।ଅଧିକ ପରିଶ୍ରମ ରେ ଦିନଟି କଟିବ । ବିଦ୍ୟାର୍ଥୀ ଅମାନଯୋଗି ହୋଇ ପାରନ୍ତି ।
ବିଛା – ଏକାଦଶ ଚନ୍ଦ୍ର ରେ ସର୍ବ କାର୍ଯ୍ୟ ସଫଳ ହେବା ସହ ଗୃହ ରେ ନୂତନ କାର୍ଯ୍ୟ ଆରମ୍ଭ ହେବ ।ଦିନଟି ରେ ବହୁତ୍ ଭଲ ଯୋଗ ରହିଛି । ରାଜନୀତି ରେ ସଫଳତା ପ୍ରାପ୍ତି ହେବ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢିବ ।
ଧନୁ – ଦଶମ ଚନ୍ଦ୍ର ରେ ସର୍ବ କର୍ଯ୍ୟ ସଫଳ ଚନ୍ଦ୍ର ରେ ସର୍ବଚାକିରି କ୍ଷେତ୍ର ରେ ସମ୍ମାନ ଓ ପଦୋନ୍ନତି ର ଯୋଗ ରହିଛି । ଗୃହ କୁ ବନ୍ଧୁ ଙ୍କ ଆଗମନ ହୋଇପାରେ । ବ୍ୟବସାୟ ରେ ଲାଭ ଯୋଗ ରହିଛି । ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।
ମକର -ଆଜି ର ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ ।ଶତ୍ରୁ ଭୟ ରହିବ । ଚିନ୍ତା କୁ ଦୂରୀଭୂତ କରନ୍ତୁ । ଧନ ଲାଭ ର ସଂଯୋଗ ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତା ରେ ରହିବେ । ଦାମ୍ପତ୍ୟ ଜୀବନ ରେ ମନିମଲ୍ ନ୍ୟା ଦେଖା ଦେଇ ପାରେ ।
କୁମ୍ଭ -ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ଅଙ୍ଗରେ ଆଘାତ ଲାଗିପାରେ । ବ୍ୟବସାୟ ରେ ଧୀର ବୃଦ୍ଧି ହେବ । ଅଆୟ ଠାରୁ ବ୍ୟୟବଢିକ ରହିବ । ଅଧିକ ପରିଶ୍ରମ ମଧ୍ୟ ଆଜି କରିବାକୁ ପଡି ପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ସାମାନ୍ୟ ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଦେବ ।
ମୀନ – ସପ୍ତମ ଚନ୍ଦ୍ର ଯୋଗୁଁ ପରିବାର ରେ ସୁଖ ସନ୍ତୋଷ ରହିବ । ଚାକିରି ରେ ଉତ୍ତମ ଫଳ ପ୍ରାପ୍ତ ହେବ । ବ୍ୟବସାୟ ରେ ଆଜି ଆପଣଙ୍କୁ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ପରିବାର ସହ ସମୟ ଅତିବାହିତ କରିବେ । ଯାନବାହାନ ରେ ସତର୍କତା ଅବଲମ୍ବନ କରନ୍ତୁ ।ବିଦ୍ୟାର୍ଥୀ ମାନେ ଉପକୃତ ହେବେ ।
