ଡିସେମ୍ବର ୧୪ ତାରିଖ, ଗୁରୁବାର; ଜାଣନ୍ତୁ କେମିତି ରହିବ ଆଜିର ଦିନ
ମେଷ – ସର୍ବ କାର୍ଯ୍ୟ ସଫଳ ହେବ । ବିଦ୍ୟାର୍ଥୀ ମାନେ ଗୁରୁବାର ମନୋରଞ୍ଜନ କରି ସମୟ ଅତିବାହିତ କରିବେ|ବ୍ୟବସାୟୀ ମାନେ କାମ କରିବାକୁ ନୂତନ ସୁଯୋଗ ପାଇବେ କିନ୍ତୁ ସେମାନେ ଏତେ ଲାଭବାନ ହେବେ ନାହିଁ ।
ବୃଷ – ପରିଶ୍ରମ ସାମାନ୍ୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଆଳସ୍ୟ ଅନୁଭବ କରିବେ । କିଛି ଭୁଲ ନିଷ୍ପତି ମଧ୍ୟ ନେଇପାରନ୍ତି । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବେ । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।
ମିଥୁନ – ଭଗବତ ସେବାରେ ମନୋନିବେଶ କରିବେ । ମନରେ ବିଶଦ ସୃଷ୍ଟି ହୋଇ ପାରେ ।ଚିନ୍ତାକୁ ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି ।ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତାରେ ରହିବେ ।
କର୍କଟ – ସୁଖ ହାନି ଘଟିବ । ଅଙ୍ଗରେ ସମସ୍ୟା ଦେଖା ଦେବ । ଆବଶ୍ୟକତା ଠାରୁ ବ୍ୟୟ ଅଧିକ ହେବ । ବ୍ୟବସାୟ ମଧ୍ୟମ ଗତିରେ ଚାଲିବ। ଘରୋଇ ବିବାଦରୁ ଦୂରେଇ ରୁହନ୍ତୁ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ। ଚାକିରି କ୍ଷେତ୍ରରେ ମତାନ୍ତର ହୋଇ ପାରେ ।
ସିଂହ – ଅଧିକ ଆୟର ଯୋଗ ରହିଛି ଯାହା ଫଳରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜବୁତ ରହିବେ। ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇ ପାରେ । ଧନ ସଞ୍ଚୟ କରିବା ପାଇଁ ଦିନଟି ଉତ୍ତମ ରହିଛି। ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ ରହିଛି।
କନ୍ୟା – ମନରେ ଆତ୍ମ ଗର୍ବ ଭରି ରହିବ । ଦିନଟିରେ ଉତ୍ତମ ଧନ ପ୍ରାପ୍ତି ଯୋଗ ରହିଛି। ବଡ଼ ସଫଳତା ମିଳିପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ । ଶତ୍ରୁଙ୍କୁ ଭୟ କରିବେ ।ଅଧିକ ପରିଶ୍ରମରେ ଦିନଟି କଟିବ।
ତୁଳା – ମାନସିକ ଅଶାନ୍ତି ଲାଗି ରହିବ । ଆର୍ଥିକ ସମସ୍ୟା ଲାଗି ରହିବ। ଆସନ୍ତକାଲି କିଛି ନୂତନ ପାରିବାରିକ ତିକ୍ତତା ହେତୁ ମନ ଅଶାନ୍ତ ରହିବ, କିଛି ଚିନ୍ତା ମନକୁ ପ୍ରଭାବିତ କରିବ ।ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଳସୁଆ ହୁଅ ନାହିଁ।
ବିଛା – ଅନ୍ୟ ଉପରେ ଅଭିମାନ କରି ନିଜ ସମୟ ନଷ୍ଟ କରିବେ । ମନହାନି ହେବାର ସମ୍ଭାବନା ରହିଛି ।କର୍ମ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ । ଆର୍ଥିକ ଅନଟନ ଦେଖା ଦେଇପାରେ ।ବିଦ୍ୟାର୍ଥୀମାନେ ଅବହେଳିତ ହେବେ ।
ଧନୁ – ଉଚ୍ଚ ସମ୍ମାନର ଅଧିକାରୀ ହେବେ । ଭ୍ରମଣର ଯୋଗ ରହିବ ।ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ ।
ମକର – କାର୍ଯ୍ୟ ରେ ହାନି ଘଟିବ । ଆର୍ଥିକ ଅନଟନ ଦେଖା ଦେବ ଆତ୍ମ ନିୟନ୍ତ୍ରଣରେ ରୁହନ୍ତୁ। ପାରିବାରିକ ଜୀବନ ମଧ୍ୟମ ରହିବ। ଚାକିରିରେ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ । ପରିଶ୍ରମ ଅଧିକ ହେବ । ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ ।
କୁମ୍ଭ – କୁମ୍ଭ ରାଶିକୁ ଗୁରୁବାର ଶ୍ରୀ ଚନ୍ଦ୍ର । ପରିଶ୍ରମ ର ଫଳ ପ୍ରାପ୍ତି ହେବ ।ଉଚ୍ଚ ସମ୍ମାନ ଲାଭ କରିବେ ଚାକିରି ରେ ପଦୋନ୍ନତି ଘଟିବ ।ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ।
ମୀନ – ମୀନ ରାଶି କୁ ଘାତ ଚନ୍ଦ୍ର ଯାହା ଫଳ ରେ ଆୟ ଠାରୁ ବ୍ୟୟ ଅଧିକ ରହିବ । ମନ ଦୁର୍ବଳ ହେବ । ଅଙ୍ଗ ରେ ଅଗହତ ଲାଗି ପାରେ ଚାକିରିରେ ପରିବର୍ତ୍ତନ ହୋଇପାରେ । ପରିବାରଠାରୁ ଦୂରରେ ରହିବାକୁ ପଡିପାରେ।
