ଆଜିର ରାଶିଫଳ
ମେଷ : ଯାହା ଭାବୁଛନ୍ତି ତାହାକୁ ବାସ୍ତବତାରେ ପରିଣତ କରିବା ସକାଶେ କୌଣସି ଅସୁବିଧା ରହିବ ନାହିଁ ।ପରିବାର ଭିତରେ ବିନା କାରଣରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ । ସହକର୍ମୀଙ୍କ ସାହାଯ୍ୟ ଲାଭ କରି ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ ।
ବୃଷ : ଆର୍ଥିକ ଅନଟନ ଲାଗି ରହିବା ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଅବନ୍ଧୁଙ୍କ ସହିତ ପ୍ରାତଃଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ । ଅସମର୍ଥିତ ସୂତ୍ରରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ।
ମିଥୁନ : କୌଣସି କାମ ହାସଲ ସକାଶେ ଅନ୍ୟମାନଙ୍କୁ ମନେଇବାକୁ ବିଭିନ୍ନ ଚେଷ୍ଟା କରିବେ । ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ଅର୍ଥାଭାବ ଅନୁଭବ କରି ଚିନ୍ତିତ ରହିବେ ।
କର୍କଟ : ଆଜି ଆପଣ ଖୁସି ରହିବେ । ଭୋଗ, ବିଳାସ ଓ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶର ସୁଯୋଗ ପାଇବେ । ଆନୁଷ୍ଠାନିକ କାମରେ ସଫଳତା ପାଇବା କ୍ଷେତ୍ରରେ ଜଣେ ପୁରାତନ ବନ୍ଧୁଙ୍କ ସାହାଯ୍ୟ ମିଳିବ ।
ସିଂହ : ଯେଉଁ କାର୍ଯ୍ୟ ପାଇଁ ଅପେକ୍ଷା କରିଥିଲେ ଦେଖିବେ ସବୁ ଠିକ୍ ହୋଇଯିବ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡପୂରାଇ ସମସ୍ୟାକୁ ଡାକି ଆଣିପାରନ୍ତି ।
କନ୍ୟା : ହଠାତ୍ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କରିବା ଠିକ୍ ହେବନାହିଁ । ବହୁତ ଦିନହେଲା ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ।
ତୁଳା : କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିଥିବା କାରଣରୁ ଅସୁବିଧା ସମୟରେ ସହଯୋଗ ପାଇପାରିବେ ।
ବିଛା : ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡିପାରେ । ପରୋକ୍ଷରେ ବିରୁଦ୍ଧାଚରଣ କରୁଥିବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ଆନୁଷ୍ଠାନିକ କାମରେ ନୀଚ ମନୋଭାବର ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି ।
ଧନୁ : କଳା,ସାହିତ୍ୟ କ୍ଷେତ୍ରରେ ଲାଗି ରହିଥିବା ବିବାଦୀୟ ସମସ୍ୟା ସମାଧାନ ହୋଇପାରିବ । ଭଲ ସମ୍ପର୍କ ଥିବା ବନ୍ଧୁ ନିଜର ସୁବିଧା ହାସଲ କରିବା ସକାଶେ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି । ସହନଶୀଳତା ଆଚରଣ ପୂର୍ବକ ଅନ୍ୟମାନଙ୍କର ସେବାରେ ମନ ଦେବେ ।
ମକର : ଆଜି ବିଭିନ୍ନ ସମସ୍ୟାମୂଳକ କାମରେ ଅନୁପ୍ରବେଶ କରି ଅନୁତାପ କରିପାରନ୍ତି । ନୂତନ କାର୍ଯ୍ୟାରମ୍ଭ ସକାଶେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିପାରନ୍ତି । ସହକର୍ମୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ ।
କୁମ୍ଭ : ବ୍ୟବସାୟ, ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସନ୍ତୋଷଜନକ ଫଳ ପାଇବେ । ଭାବୁଥିବା ବିଷୟଟିକୁ ଉପରିସ୍ଥ ଅଧିକାରୀଙ୍କ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ । ସନ୍ତାନଙ୍କ ବୈବାହିକ ସମ୍ପର୍କ ସ୍ଥାପନ ପାଇଁ ଆଲୋଚନା କରିପାରନ୍ତି ।
ମୀନ : ବନ୍ଧୁ ଗହଣରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବେ ।ବାରମ୍ବାର କରଜଦାତାଙ୍କ ଚାପରେ ଅତିଷ୍ଠ ହୋଇ ଋଣ ପରିଶୋଧ ଚିନ୍ତାରେ ଦୁଶ୍ଚିନ୍ତାଗ୍ରସ୍ତ ହେବେ । ଆଜିର ଯାତ୍ରା,ବାଣିଜ୍ୟ,ବ୍ୟବସାୟ ଓ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ ।
