ଦେଶ ବିଦେଶ

ବାଇଡେନ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଜେଲେନ୍‌ସ୍କିଙ୍କୁ ଦେଲେ ଅନୁମତି

Spread the love

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଅଧିକ ତୀବ୍ର କରୁଛନ୍ତି ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ। କାର୍ଯ୍ୟରୁ ଅବ୍ୟାହତି ନେବା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଲାଗିଥିବା ଉତ୍ତେଜନାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ବାଇଡେନ ଉଦ୍ୟମ କରୁଥିବା ତାଙ୍କ ପଦକ୍ଷେପରୁ ସ୍ପଷ୍ଟ ଜଣାପଡ଼ୁଛି। ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବନ୍ଦ କରିବାକୁ ୟୁକ୍ରେନ ଏବଂ ରୁଷକୁ ପରାମର୍ଶ ଦେଇଆସୁଥିବାବେଳେ ବାଇଡେନ କିନ୍ତୁ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ୟୁକ୍ରେନକୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ଯଦି ୟୁକ୍ରେନ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରେ ତେବେ ଏହାକୁ ଯୁଦ୍ଧରେ ଆମେରିକାର ସିଧାସଳଖ ସମ୍ପୃକ୍ତି ବୋଲି ରୁଷ ମାନିନେବ,ଏପରି ସ୍ଥିତିରେ ବାଇଡେନଙ୍କ ନିଷ୍ପତ୍ତି ଆମେରିକାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।

Leave a Reply

Your email address will not be published. Required fields are marked *