ଦେଶ ବିଦେଶ

ଧ୍ଵଂସ ପାଇବ କି ପୃଥିବୀ? ପୃଥିବୀ ଆଡକୁ ମାଡି ଆସୁଛି ବିଶାଳକାୟ ଗ୍ରହାଣୁ ‘ଆପୋଫିସ୍’

Spread the love

ଧ୍ଵଂସ ପାଇବ କି ପୃଥିବୀ? ଏକ ବିଶାଳକାୟ ଗ୍ରହାଣୁ ପୃଥିବୀ ଆଡକୁ ମାଡି ଆସୁଛି । ଧ୍ଵଂସ କରିବ କି ଆଷ୍ଟରଏଡ୍ ବା ଗ୍ରହାଣୁ? ଯାହା ସୂଚନା ମିଳିଛି, ଏହି ଗ୍ରହାଣୁର ନାଁ ‘୯୯୯୪୨ ଆପୋଫିସ୍’ । ଏହାର ନାମକରଣ ଇଜିପ୍ଟଜିର ଦେବତାଙ୍କ ନାମ ଅନୁସାରେ ନାମିତ ହୋଇଛି । ଇସ୍ରୋ ମୁଖ୍ୟ ଡକ୍ଟର ଏସ୍ ସୋମନାଥ ଏହି ବିଷୟକୁ ନେଇ ଚେତାବନୀ ଦେଇ କହିଛନ୍ତି ଯେ, ଏହା ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି ଏବଂ ଏପ୍ରିଲ ୧୩, ୨୦୨୯ରେ ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ରହିଛି |

ଏସ୍ ସୋମନାଥ କହିଛନ୍ତି, ଯଦି ଏହା ପୃଥିବୀ ସହିତ ଧକ୍କା ହୁଏ ତେବେ ମଣିଷ ଜାତି ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯିବ । ଇସ୍ରୋ ଏହି ବିପଦକୁ ନେଇ ବହୁତ ସତର୍କ ରହିଥିବାବେଳେ, ନେଟୱର୍କ ଫର୍ ସ୍ପେସ୍ ଅବଜେକ୍ଟ ଟ୍ରାକିଂ ଆଣ୍ଡ ଆନାଲିସିସ୍ (NETRA) ଏହା ଉପରେ ଅତି ନିକଟରୁ ନଜର ରଖିଥିବା ନେଇ ସେ ସୂଚନା ଦେଇଛନ୍ତି ।
ତେବେ ବୈଜ୍ଞାନିକଙ୍କ ଆକଳନ ଅନୁସାରେ, ୨୦୨୯ ମସିହା ଏପ୍ରିଲ ୧୩ ତାରିଖରେ ଆପୋଫିସ୍ ପୃଥିବୀର ସବୁଠୁ ନିକଟତର ହେବ । ଏହି ଆପୋଫିସର ବ୍ୟାସ ପ୍ରାୟ ୩୪୦-୩୫୦ ମିଟର । ମୁକାବିଲା ଲାଗି ବିଶ୍ୱର ସବୁ ଦେଶ ଏବେଠୁ ପ୍ରସ୍ତୁତି ଚଳାଇଛନ୍ତି । ଯାହା କୁହାଯାଇଛି କି, ୨୦୦୪ ମସିହାରେ ଆପୋଫିସ୍ ପ୍ରଥମେ ଆବିଷ୍କୃତ ହୋଇଥିଲା । ସେବେଠାରୁ ପୃଥିବୀ ସହ ଏହାର ନିକଟତର ହେବାର ଅବଧିକୁ ଟ୍ରାକ୍ କରାଯାଉଛି ।

୨୦୨୯ ପରେ ୨୦୩୬ ମସିହାରେ ଏହା ପୁଣି ଥରେ ପୃଥିବୀର ନିକଟତର ହେବ । ଯେଉଁ ଦୂରତାରେ ଆପୋଫିସ୍ ପୃଥିବୀର ନିକଟତର ହେବାର ସମ୍ଭାବନା ରହିଛି, ତା ତୁଳନାରେ ଏକ କକ୍ଷରେ ଥିବା ଭାରତର ଜିଓ ଷ୍ଟେସନାରୀ ସାଟେଲାଇଟ୍ ଗୁଡିକ କେତେ ଉଚ୍ଚତାରେ ଅଛନ୍ତି, ତାହା ତଥ୍ୟ ଜରିଆରେ ବିଚାର କରାଯିବ ।
ତେବେ ଇସ୍ରୋର ଆକଳନ ଅନୁସାରେ ୩୦୦ ମିଟରରୁ ଅଧିକ ବିଶାଳ ଗ୍ରହାଣୁ ମହାଦେଶ ସ୍ତରରେ ଧ୍ଵଂସଲୀଳା ରଚିପାରେ । ଇସ୍ରୋର ନେଟ୍ରା ପ୍ରୋଜେକ୍ଟର ନେତୃତ୍ୱ ନେଇଥିବା ଏ.କେ ଅନୀଲ କୁମାର କହିଛନ୍ତି, ପୃଥିବୀ ସହ ବିଶାଳ ଗ୍ରହାଣୁର ଧକ୍କା ଧ୍ଵଂସର କାରଣ ହୋଇପାରେ । ତେବେ ଆପଣ ଜାଣି ଚକିତ ହେବେ କି ଭାରତର ବୃହତ୍ତମ ବିମାନ ପରିବହନକାରୀ INS ବିକ୍ରମାଦିତ୍ୟ ଏବଂ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଠାରୁ ଏହି ଆଷ୍ଟରଏଡ୍ ‘ଆପୋଫିସ୍’ ଆହୁରୀ ବଡ଼ ଅଟେ ।

Leave a Reply

Your email address will not be published. Required fields are marked *