ସ୍ୱାସ୍ଥ୍ୟ

ଶୀଘ୍ର ଡିନର କରିବାର ଲାଭ ଏବଂ ଏହାର ଉପକାରିତା

Spread the love

ସକାଳର ବ୍ରେକଫାଷ୍ଟ ହେଉ କିମ୍ବା ରାତିର ଡିନର ହେଉ କରିବାର ଏକ ସଠିକ୍‌ ସମୟ ରହିଥାଏ । ଯାହା ଫଳରେ ଆପଣ ପୁରା ଫିଟ ରହିଥାନ୍ତି ଓ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇନଥାଏ ।ପ୍ରାୟତଃ ଲୋକମାନେ ଡିନର କରିବାରେ ବହୁତ ବିଳମ୍ବ କରନ୍ତି ।ଏପରିକି ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ସନ୍ଧ୍ୟାରେ ସୂର୍ଯ୍ୟ ଅସ୍ତ ହେବା ପରେ କିଛି ଖାଆନ୍ତି ନାହିଁ । ଆୟୁର୍ବେଦରେ କୁହାଯାଇଛି ଯେ ସୂର୍ଯ୍ୟୋଦୟ ପରେ ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ଖାଦ୍ୟ ଖାଇବା ଉଚିତ୍ । ଏହି ସମୟରେ ଖାଉଥିବା ଖାଦ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକାଲି ଲୋକମାନେ ରାତିରେ ବିଳମ୍ବରେ ଖାଇବାରେ ଅଭ୍ୟସ୍ତ ହୋଇଯାଇଛନ୍ତି । ଶୀଘ୍ର ଡିନର କରିବା ଦ୍ୱାରା ଓଜନ କମିଥାଏ , ଏବଂ ଏହା ଶରୀରକୁ ଅନେକ ଲାଭ ମଧ୍ୟ ଦେଇଥାଏ ।

ଡିନର କରିବାର ଉପଯୁକ୍ତ ସମୟ ?
ସକାଳୁ ଉଠିବାର ୨ ଘଣ୍ଟା ପରେ ବ୍ରେକଫାଷ୍ଟ ଖାଇବା ଉଚିତ । ସେହିପରି ଲଞ୍ଚ ୧ ରୁ ୨ ମଧ୍ୟରେ କରିବା ଭଲ । ଏଥିସହ ସନ୍ଧ୍ୟା ଭୋଜନ ୭ ଟା ପୂର୍ବରୁ ଖାଇବା ଉଚିତ୍ ।

ଶୀଘ୍ର ଖାଇବାର ଲାଭ :
ଓଜନ କମ ହେବ – ଯେତେବେଳେ ଆପଣ ଖାଦ୍ୟକୁ ଠିକ୍ ସମୟରେ ଖାଆନ୍ତି, ଶରୀର ସେହି ଖାଦ୍ୟକୁ ଭଲ ଭାବରେ ବ୍ୟବହାର କରିଥାଏ । ଯେଉଁଥିପାଇଁ ଆପଣଙ୍କ ମେଟାବୋଲିଜିମ୍ ତ୍ୱରାନ୍ୱିତ ହୁଏ । ଏହି ଖାଦ୍ୟ ସହଜରେ ହଜମ ହୁଏ ଏବଂ ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ । ଶୀଘ୍ର ଖାଇବା ଦ୍ୱାରା କ୍ୟାଲୋରୀ ମଧ୍ୟ କମ୍ ହୁଏ, ଯାହା ଓଜନ କମକୁ ସହଜ କରିଥାଏ ।

ହଜମ ଭଲ ଭାବେ ହୋଇଥାଏ – ଯେତେବେଳେ ଆପଣ ଖାଇବା ଏବଂ ଶୋଇବା ମଧ୍ୟରେ ଏକ ବ୍ୟବଧାନ ରଖନ୍ତି, ଖାଦ୍ୟ ସହଜରେ ହଜମ ହୁଏ । କିନ୍ତୁ ବିଳମ୍ବିତ ରାତିରେ ଖାଇବା ଏବଂ ପରେ ଶୋଇବା ସମୟରେ ଖାଦ୍ୟ ହଜମ ହୁଏ ନାହିଁ । ଏହା ପେଟରେ ଯନ୍ତ୍ରଣା, ଗ୍ୟାସ୍, ପେଟରେ ଫୁଲା ଭଳି ସମସ୍ୟା ସୃଷ୍ଟି କରିପାରେ । ଏପରି ଭାବେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ଡାଇବେଟିସରେ ଲାଭଦାୟକ – ଡାଇବେଟିସ ରୋଗୀମାନେ ଠିକ୍ ସମୟରେ ଖାଦ୍ୟ ଖାଇବା ଉଚିତ୍ । ଏହା ଡାଇବେଟିସକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଡାଇବେଟିସ ରୋଗୀଙ୍କ ପାଇଁ ବିଳମ୍ବରେ ଖାଇବା ଉଚିତ ନୁହେଁ ।

ଭଲ ନିଦ ହୋଇଥାଏ : ଯେତେବେଳେ ଆପଣ ଖାଦ୍ୟ ବିଳମ୍ବରେ ଖାଇ ଶୋଇବାକୁ ଯାଆନ୍ତି, ଖାଇବା ପରେ ହଜମ ପ୍ରକ୍ରିୟା ଆରମ୍ଭ ହୁଏ । ଯେଉଁ କାରଣରୁ ଶୋଇବା ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ଠିକ୍ ସମୟରେ ଖାଇବା ଦ୍ୱାରା ଶୋଇବା ପୂର୍ବରୁ ଖାଦ୍ୟ ହଜମ ହୋଇଯାଏ । ଯେଉଁ କାରଣରୁ ଶୋଇବା ଭଲ ହୋଇଥାଏ ।

ହାର୍ଟ ଭଲ ରହିଥାଏ : ଅନେକ ଥର, ବିଳମ୍ବରେ ଖାଇବା ଖାଦ୍ୟ ହଜମ କରିବା କଷ୍ଟକର ହୋଇଥାଏ, ଯାହା ହାର୍ଟ ଆଟାକର କାରଣ ହୋଇପାରେ । ଏଭଳି ପରିସ୍ଥିତିରେ ପେଟରେ ପଡ଼ିଥିବା ଖାଦ୍ୟ ମଧ୍ୟ ଗ୍ୟାସ ଏସିଡିଟି ସୃଷ୍ଟି କରିଥାଏ । ଯେଉଁଥିପାଇଁ ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ମଧ୍ୟ ବଢ଼ିଥାଏ । ସେଥିପାଇଁ ଡାକ୍ତରମାନେ ସବୁବେଳେ ଠିକ୍ ସମୟରେ ଖାଇବାକୁ ପରାମର୍ଶ ଦିଅନ୍ତି । ଯାହାଫଳରେ ଆପଣ ସୁସ୍ଥ ରହିବେ ଏବଂ ଅନ୍ୟ କୌଣସି ପ୍ରକାରର ସମସ୍ୟା ହେବ ନାହିଁ ।

Leave a Reply

Your email address will not be published. Required fields are marked *