ଜାତୀୟ

ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବମ୍‌ରେ ଉଡ଼ାଇଦେବାକୁ ଧମକ

Spread the love

ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ଆଜି ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି।ଏୟାର ଇଣ୍ଡିଆ ବିମାନ ରାତି ୨ ଟାରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିଥିଲା। ବିମାନ ଉଡ଼ିବାର କିଛି ସମୟ ପରେ ବିମାନରେ ବୋମା ଥିବା ଧମକ ମିଳିଥିଲା। ଏହି ଧମକ ପରେ ସୁରକ୍ଷା ଦୃଷ୍ଟିରୁ ବିମାନଟି ଦିଲ୍ଲୀ ଆଡକୁ ମୁହାଁଇଥିଲା।

ବୋମା ଧମକ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବିମାନଟି ତୁରନ୍ତ ଦିଲ୍ଲୀ ଆଡ଼କୁ ଡାଇଭର୍ଟ ହୋଇ ନିରାପଦରେ ଅବତରଣ କରିଥିଲା।। ଅବତରଣ ପରେ ବିମାନରୁ ଯାତ୍ରୀଙ୍କୁ ଓହ୍ଲାଇ ଯାଞ୍ଚ କରାଯାଉଛି। ତେବେ ଏପର୍ଯ୍ୟନ୍ତ କୌଣସି ବୋମା ମିଳିବା ଖବର ନାହିଁ। ଅନୁସନ୍ଧାନକାରୀ ଅଧିକାରୀ କହିଛନ୍ତି ଯେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *