ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼,ବିଲ୍ଡିଂ ଉପରୁ ଡେଇଁ ଜୀବନ ହାରିଲେ ମଲାଇକାଙ୍କ ବାପା
ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ଜୀବନ ହାରିଦେଲେ ତାଙ୍କ ବାପା ଅନିଲ ଆରୋରା। ଆଜି ସକାଳ ୯ଟାରେ ଅଭିନେତ୍ରୀଙ୍କ ବାପା ନିଜ ଘର ବାଲକୋନୀରୁ ଡେଇଁ ଜୀବନ ହାରିଥିବା ଜଣାଯାଇଛି। ଘରଟି ବାନ୍ଦ୍ରାରେ ଥିବା ବେଳେ ତାଙ୍କ ବାପା ୬ମହଲା ଉପରୁ ତଳକୁ ଡେଇଁଥିଲେ ବୋଲି ସାମ୍ନାକୁ ଆସିଛି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ଜଣାପଡ଼ିଛି | ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ସୂଚନା ମିଳିଛି ।
ଖବର ମିଳିବ ପରେ ମଲାଇକା ଆରୋରା ପୂନେରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଖବର ଆସିବା ପରେ ମଲାଇକା ଆରୋରାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନ ଅଭିନେତ୍ରୀଙ୍କ ଘରେ ପହଞ୍ଚିଛନ୍ତି।ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ବିଶେଷ ସୂତ୍ର ରୁ ଖବର ମିଳିଛି। ବାନ୍ଦ୍ରା ପୁଲିସ ଏବଂ କ୍ରାଇମ ବ୍ରାଞ୍ଚ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁଲିସ ଘଟଣାସ୍ଥଳରୁ କୌଣସି ଆତ୍ମହତ୍ୟା ନୋଟ୍ ପାଇ ନାହିଁ।

