ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ
ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ଭଲ ହେବାକୁ ଯାଉଛି । ବ୍ୟବସାୟରେ ଭଲ ଲାଭ ମିଳିବ । ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ । ଦେହ ଓ ମନ ସୁସ୍ଥ ରହିବ । ନାରୀମାନେ ଚିନ୍ତାମଗ୍ନ ରହିବେ । ପିଲାମାନଙ୍କୁ ପଢାପଢିରେ ଉତ୍ତମଫଳ ମିଳିବ । ସମସ୍ତ କାର୍ଯ୍ୟ ସୁରୁଖୁରୁରେ ପୂର୍ଣ୍ଣ ହେବ ।
ବୃଷ : ଆଜି ଆପଣଙ୍କୁ କିଛି ନୂଆ ଉପହାର ମିଳିପାରେ । ଧୈର୍ଯ୍ୟ ଧରି କାମ କଲେ ସଫଳ ହେବେ । ନୂତନ କାର୍ଯ୍ୟରେ ମନ ଦେବେ । ଜୀବନସାଥୀଙ୍କ ସହିତ ସୁନ୍ଦର ସମୟ ଅତିବାହିତ କରିବେ । ପାରିବାରିକ ସମସ୍ୟା ଦେଖାଦେଇପାରେ । ବାପା-ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ ।
ମିଥୁନ : ପରିବାର ଲୋକଙ୍କ ସହିତ ଆଜି କୌଣସି ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ଚାକିରୀ କ୍ଷେତ୍ରରେ ନୂତନ ନିଯୁକ୍ତି ପାଇବେ । ଆୟ ଠାରୁ ବ୍ୟୟ ଅଧିକ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ ।
କର୍କଟ : ଆଜି ଆପଣଙ୍କ କାର୍ଯ୍ୟ ସହଜରେ ସଂପୂର୍ଣ୍ଣ ହୋଇଯିବ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ଦୀର୍ଘଦିନ ଧରି ଅଟକି ରହିଥିବା କାମ ଆରମ୍ଭ ହେବ । ସାମୟିକ ଶାରୀରିକ ସମସ୍ୟା ଦେଖାଦେଇପାରେ । ପିଲାମାନଙ୍କ ମେଳରେ ସମୟ କାଟିବେ ।
ସିଂହ : ଆପଣଙ୍କ ଦିନଟି ଲାଭଦାୟକ ରହିବ । ବାହାରକୁ ଯାତ୍ରା କରିପାରନ୍ତି । କାର୍ଯ୍ୟରେ ସଫଳତା ମିଳିବାରୁ ମନ ପ୍ରସନ୍ନ ରହିବ । ଆକସ୍ମିକ ଧନ ଲାଭ ହୋଇପାରେ । ଆତ୍ମବିଶ୍ୱାସ ବଢିବ । ମୁଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ । ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ ।
କନ୍ୟା : ଛାତ୍ରଛାତ୍ରୀଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ରହିବ । ପ୍ରେମିକାଙ୍କ ଠାରୁ ଉପହାର ପାଇପାରନ୍ତି । ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ । ଚାଷୀମାନେ ଉତ୍ସାହିତ ହେବେ । ସକାଳୁ ସକାଳୁ ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ହୋଇ ଉଠିବ । ନୂତନ ବସ୍ତ୍ର ଲାଭ କରିପାରନ୍ତି । ଯାନବାହାନରେ କ୍ଷତି ପ୍ରତି ସତର୍କ ରହିବା ଭଲ ।
ତୁଳା : ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି । ବ୍ୟବସାୟରେ କ୍ଷତି ଘଟିବ । ପାରିବାରିକ ଚିନ୍ତାରେ ବ୍ୟସ୍ତ ରହିବେ । ଶତ୍ରୁମାନେ ଆପଣଙ୍କୁ ହଇରାଣ କରିପାରନ୍ତି । ଚାକିରିରେ କାର୍ଯ୍ୟଭାର ପଡିପାରେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ହୋଇପାରେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି ।
ବିଛା : ଆଜିର ଦିନଟି ଆପଣଙ୍କ ପାଇଁ ସାଧାରଣ ରହିବ । କର୍ମକ୍ଷେତ୍ରରେ ସଫଳତା ପାଇବେ । କୌଣସି କାରଣରୁ ମନ ବିବ୍ରତ ହୋଇପାରେ । ପିଲାମାନେ ଆପଣଙ୍କ ଆଶା ପୂରଣ କରିବେ । ଧନକୁ ନେଇ ବିବାଦ ହୋଇପାରେ । ପରିସ୍ଥିତି ଖରାପ ନଥିଲେ ମଧ୍ୟ ମନ ଅଶାନ୍ତ ରହିବ । ମା’ ଲକ୍ଷ୍ମୀଙ୍କ କୃପା ରହିବ ।
ଧନୁ : ଆଜି ଆପଣ ବହୁତ ଖୁସିରେ ରହିବେ । ମନ ଚାହୁଁଥିବା କଂପାନିରେ ଚାକିରି ମିଳିବା ହେତୁ ଖୁସି ହେବେ । ବାଣିଜ୍ୟ, ବ୍ୟବସାୟ, ଓ ପରିବହନରେ ଆୟ ଭଲ ହେବ । ଦେହ ଭଲ ରହିବ । ପରିବାର ଲୋକଙ୍କ ଠାରୁ ସମର୍ଥନ ମିଳିବ । ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ । ବୈବାହିକ ଜୀବନ ସୁଖମୟ ହେବ ।
ମକର : ଆଜି ଆପଣଙ୍କ ପାରିବାରିକ ସ୍ଥିତି ଭଲ ନ ରହିପାରେ । ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ । ବ୍ୟବସାୟ କରୁଥିବା ଲୋକେ କାର୍ଯ୍ୟରେ ସଫଳତା ପାଇପାରନ୍ତି । ସାଙ୍ଗଙ୍କ ସହ ବାହାରକୁ ଯିବାର ସମ୍ଭାବନା ରହିଛି । ଆପଣଙ୍କ କୌଣସି ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ । କୌଣସି ନୂଆ ବନ୍ଧନରେ ବାନ୍ଧି ହୋଇପାରନ୍ତି ।
କୁମ୍ଭ : କିଛି କରିବା ପୂର୍ବରୁ ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ । ବହୁ ଦିନରୁ ଭାଙ୍ଗି ପଡିଥିବା ବନ୍ଧୁଙ୍କ ସହ ସମ୍ପର୍କ ପୁଣି ଯୋଡି ହୋଇପାରେ । ଯାନବାହାନ ସୁଖ ମିଳିବ । ଚାକିରିରେ କାର୍ଯ୍ୟଭାର ପଡିପାରେ । ଅଳ୍ପ ଆୟରେ ବି ସନ୍ତୁଷ୍ଟ ହେବେ । ଜୀବନସାଥୀକୁ ମନର କଥା କହିପାରନ୍ତି ।
ମୀନ : ବହୁତ ସମସ୍ୟାରୁ ମୁକ୍ତି ପାଇବେ । ପୁରୁଣା କଥାକୁ ଭୁଲି ନୂତନ ଜୀବନ ଆରମ୍ଭ କରିବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ । ଧନରେ ଘର ପରିପୂର୍ଣ୍ଣ ହେବ । ଉତ୍ତମ ବ୍ୟବହାରକୁ ନେଇ ଲୋକମାନେ ଖୁସି ହେବେ । ପାରିବାରିକ ସମସ୍ୟା ଦୂର ହେବ । ବିଦ୍ୟାର୍ଥୀମାନଙ୍କର ଉଚ୍ଚଶିକ୍ଷା ପାଇଁ ରାସ୍ତା ଖୋଲିବ । ଦାମ୍ପତ୍ୟ ଜୀବନରେ ବହୁତ ଖୁସି ମିଳିପାରେ ।

