କର୍କଟ ରୋଗରେ ପୀଡିତ ଥିବା ପ୍ରସିଦ୍ଧ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଡକ୍ଟର ସରୋଜା ବୈଦ୍ୟନାଥଙ୍କ ଦେହାନ୍ତ
ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଡକ୍ଟର ସରୋଜା ବୈଦ୍ୟନାଥନ । ଗୁରୁବାର ଅର୍ଥାତ୍ ୨୧ ତାରିଖ ସକାଳେ କର୍କଟ ରୋଗରେ ମୃତ୍ୟୁ ବରଣ କରିଛନ୍ତି। ସେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ନିକଟରେ ୧୯ ସେପ୍ଟେମ୍ବରରେ ଡକ୍ଟର ସରୋଜା ତାଙ୍କର ୮୬ ତମ ଜନ୍ମଦିନ ପାଳନ କରିଥିଲେ।
ଭାରତନାଟ୍ୟମ୍କୁ ଦେଶ ତଥା ବିଦେଶରେ ପ୍ରସିଦ୍ଧ କରିବା ପାଇଁ ସରୋଜଙ୍କୁ ଶ୍ରେୟ ଦିଆଯାଇଛି। ସରୋଜାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି ଯେ ଭାରତନାଟ୍ୟମ ଗୁରୁ, ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ତଥା ଜଣେ ଉଜ୍ଜ୍ୱଳ ନୃତ୍ୟଶିଳ୍ପୀ ଡକ୍ଟର ସରୋଜା ବୈଦ୍ୟନାଥନଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ। ଡ. ସରୋଜଙ୍କୁ ୨୦୦୨ରେ ପଦ୍ମଶ୍ରୀ ଏବଂ ୨୦୧୨ ରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ୧୯୭୨ ମସିହାରେ, ଡ. ସରୋଜା ଦିଲ୍ଲୀରେ ଗଣେଶ ନାଟୟାଲା ଖୋଲିଥିଲେ।
କହିବାକୁ ଗଲେ ତାଙ୍କର ୧୫ ଟି ଦେଶରେ ବିଦ୍ୟାଳୟ ଅଛି। ଯାହା ବର୍ତ୍ତମାନ ତାଙ୍କ ଶିଷ୍ୟମାନଙ୍କ ଦ୍ଵାରା ପରିଚାଳିତ ହେଉଛି । ଏହା ବ୍ୟତୀତ ସେ ଚାରୋଟି ପୁସ୍ତକ ମଧ୍ୟ ଲେଖିଛନ୍ତି। ସରୋଜା ୧୯୩୭ ମସିହାରେ କର୍ଣ୍ଣାଟକର ବେଲାରୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ସଦସ୍ୟ ସରୋଜଙ୍କୁ ଜଣେ ଡାକ୍ତର ଏବଂ ଇଞ୍ଜିନିୟର କରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ସେ ନୃତ୍ୟ ଶିଖିବାରେ ଜିଦ୍ ଧରିଥିଲେ।

