ମନୋରଞ୍ଜନ

ଦଶଟି ଫିଲ୍ମର ରେକର୍ଡ଼ ଭାଙ୍ଗିଲା ଛାବା

Spread the love

ଭିକି କୌଶଲଙ୍କ ଫିଲ୍ମ ଛାଭା ଯାହାକି ଫେବୃଆରୀ ୧୪ରେ ଭାଲେଣ୍ଟାଇନ୍ସ ଡେରେ ସିନେମା ହଲରେ ମୁକ୍ତିଲାଭ କରିଥିଲା । ସେବେଠାରୁ ସିନେମା ହଲରେ ଫିଲ୍ମଟି ମୁକ୍ତିଲାଭ କରିବାର ୧୭ ଦିନ ହୋଇଗଲାଣି । ଏତେ ଦିନ ପରେ ଫିଲ୍ମର କଲେକ୍ସନ ହ୍ରାସ ପାଇବା ପରିବର୍ତ୍ତେ ଦ୍ରୁତ ଗତିରେ ବଢୁଥିବା ଦେଖାଯାଉଛି ।ଛାଭାର ନିର୍ମାତାଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଗତ ୧୬ ଦିନରେ ଫିଲ୍ମଟି  ୪୪୭.୨୬  କୋଟି ଟଙ୍କା ରୋଜଗାର କରିଛି । ଆଜି ସନ୍ଧ୍ୟା ସୁଦ୍ଧା ଫିଲ୍ମର ମୋଟ କଲେକ୍ସନ ୧୬.୩୧ କୋଟି ଟଙ୍କା ସହ ମୋଟ ରୋଜଗାର ୪୬୩.୫୭  କୋଟି ଟଙ୍କା ଆୟ କରିଛି ଫିଲ୍ମ ଛାବା ।  ଛାଭା ଫିଲ୍ମ ୫୦୦ କୋଟି ଟଙ୍କା ପାଖାପାଖି ପହଞ୍ଚିଛି । ମାତ୍ର ୧୩୦ କୋଟି ଟଙ୍କାରେ ଏହି ଫିଲ୍ମ ତିଆରି ହୋଇଛି । ଫିଲ୍ମରେ ଭିକି କୌଶଲଙ୍କ ବ୍ୟତୀତ ଅକ୍ଷୟ ଖାନ୍ନା, ରଶ୍ମିକା ମଣ୍ଡାନ୍ନା, ବିନୀତ କୁମାର ସିଂହ ଏବଂ ଆଶୁତୋଷ ରାଣା ମଧ୍ୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ହୋଇଛି ।

Leave a Reply

Your email address will not be published. Required fields are marked *