ମନୋରଞ୍ଜନ

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ନାଗାର୍ଜୁନଙ୍କ ସାନପୁଅ ଅଖିଲ ଅକ୍କିନେନି

Spread the love

ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ପରେ ବର୍ତ୍ତମାନ ନାଗାର୍ଜୁନଙ୍କ ସାନପୁଅ ଅଖିଲ ଅକ୍କିନେନି ବିବାହ କରିବାକୁ ଯାଉଛନ୍ତି। ଅଖିଲ ଅକ୍କିନେନି, ଚିତ୍ରଶିଳ୍ପୀ ଜୈନବ ରାବଦଜୀଙ୍କୁ ତାଙ୍କ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ୨୦୨୪ରେ ଦୁହେଁ ନିର୍ବନ୍ଧ କରିଥିବା ବେଳେ ଏବେ ଦୁହିଁଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି।ଅଖିଲ ଆକ୍କିନେନି ଏବଂ ଜୈନବ ମାର୍ଚ୍ଚ ୨୪, ୨୦୨୫ରେ ବିବାହ କରିବେ। ଅଖିଲ ଏବଂ ଜୈନବଙ୍କ ବିବାହ ମଧ୍ୟ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ହେବ। ନାଗା ଚୈତନ୍ୟ ଏବଂ ସୋଭିତା ଧୂଲିପାଲା ମଧ୍ୟ ଏଠାରେ ବିବାହ କରିଥିଲେ। ଅନ୍ନପୂର୍ଣ୍ଣା ଷ୍ଟୁଡିଓ ଅଖିଲଙ୍କ ଜେଜେବାପା ଅକ୍କିନେନୀ ନାଗେଶ୍ୱର ରାଓଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *