ଅଭିନୟରେ ହସେଇ ହସେଇ କରୁଥିଲେ ବେଦମ ; କ୍ୟାନ୍ସରରେ ଚାଲିଗଲେ ଏହି କମେଡିଆନ୍
ଦିନେ ସମସ୍ତଙ୍କୁ ହସାଉଥିବା ବ୍ୟକ୍ତି ଆଜି ସମସ୍ତଙ୍କୁ କନ୍ଦାଇ ଚାଲି ଯାଇଛନ୍ତି। ବରିଷ୍ଠ ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ ହୋଇଛି। ଅତୁଲ ପରଚୁରେ କ୍ୟାନ୍ସର ସହ ଲଢି ଲଢି ଶେଷରେ ୫୭ ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ମୁମ୍ବାଇର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅକ୍ଟୋବର ୧୪ରେ ତାଙ୍କ ଦେହାନ୍ତ ଘଟିଛି।
ଗତ ବର୍ଷ ତାଙ୍କ ଲିଭର୍ରେ ଏକ ୫ ସେଣ୍ଟିମିଟରର ଟ୍ୟୁମର୍ ଥିବା ଜଣାପଡିଥିଲା। ପରେ ଚିକିତ୍ସା କରିବା ସତ୍ତ୍ୱେ ଏହା ଅଧିକ ବିଗିଡିଥିଲା। ଏପରିକି କିଛି ଦିନରେ ସେ ଚାଲିବା ଆଉ କଥା କହିବାରେ ବି ସମସ୍ୟା ଉପୁଜିଥିଲା। ତଥାପି ସେ ଅଭିନୟ ଜାରି ରଖିଥିଲେ।

