ସ୍ୱାସ୍ଥ୍ୟ

ବ୍ରେକଫାଷ୍ଟରେ ଓଟ୍ସ ଖାଇବାର ଫାଇଦା !

Spread the love

ସୁସ୍ଥ ଶରୀର ପାଇଁ ସକାଳର ବ୍ରେକଫାଷ୍ଟ ଜରୁରୀ ହୋଇଥାଏ । ସକାଳ ଖାଦ୍ୟ ଯେତିକି ହେଲଦି ହେବ ଶରୀର ସେତେ ସୁସ୍ଥ ରହିବ । ତେଣୁ ସକାଳ ବ୍ରେକଫାଷ୍ଟରେ ହେଲଦି ଖାଦ୍ୟ ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନ ସମୟରେ ଅନେକ ଲୋକ ସେମାନଙ୍କ ଖାଇବା ପିଇବା ପ୍ରତି ଖୁବ୍ ସଚେତନ ହୋଇ ଉଠିଛନ୍ତି । ତେଣୁ ଉତ୍ତମ ଖାଦ୍ୟ ସୁସ୍ଥ ଶରୀର ଗଠନ କରିବାରେ ସାହାଯ୍ୟ କରିଥାଏ । ସକାଳ ଖାଇବା ପାଇଁ ଓଟ୍ସ ଏକ ଉତ୍ତମ ବିକଳ୍ପ । ଓଟ୍ସକୁ ସକାଳ ବ୍ରେକଫାଷ୍ଟରେ ଖାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟଗତ ଲାଭ ମିଳିଥାଏ ।

ଓଟ୍ସରେ କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ B ଭରପୂର ରହିଥାଏ । ଯାହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ତାହେଲେ ଆସନ୍ତୁ ସକାଳର ବ୍ରେକ୍ଫାଷ୍ଟରେ ଓଟ୍ସ ଖାଇବାର  ଲାଭ ସମ୍ପର୍କରେ ଜାଣିବା ।

ବ୍ରେକଫାଷ୍ଟରେ ଓଟ୍ସ ଖାଇବାର ଲାଭ :

ପେଟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ : ଯଦି ଆପଣ ପେଟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯେପରିକି କୋଷ୍ଠକାଠିନ୍ୟ, ଗ୍ୟାସ୍, ପେଟ ଫୁଲିବା ଇତ୍ୟାଦି ତେବେ ଆପଣ ସକାଳ ବ୍ରେକ୍ଫାଷ୍ଟରେ ଓଟ୍ସ ଖାଇବା ଉଚିତ୍ । କାରଣ ଓଟ୍ସରେ ଫାଇବର ଭରପୂର ହୋଇଥାଏ, ଯାହା ପେଟ ସମ୍ବନ୍ଧୀୟ ସମସ୍ୟାକୁ ଭଲ କରିବାରେ ବହୁତ ସାହାଯ୍ୟ କରିଥାଏ । ଓଟ୍ସ ଖାଇବା ଦ୍ୱାରା ଆପଣଙ୍କ ପେଟ ସମସ୍ୟା ଦୂର ହୋଇଥାଏ, ଯାହା ଦ୍ୱାରା କୋଷ୍ଠକାଠିନ୍ୟ କିମ୍ବା ଗ୍ୟାସର ସମସ୍ୟା କମ୍ ହୋଇଥାଏ ।

ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରେ : ଡାଇବେଡିସ୍ ରୋଗୀଙ୍କ ପାଇଁ ଓଟ୍ସ ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଓଟ୍ସରେ ବହୁତ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଥାଏ, ଯାହା ଆପଣଙ୍କ ବ୍ଲଡ ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ । ଏଥିରେ ଥିବା ହାଇ ଫାଇବର ଏବଂ କାର୍ବୋହାଇଡ୍ରେଟ୍ ଗ୍ଲୁକୋଜ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରେ ।

କୋଲେଷ୍ଟ୍ରଲ କମ୍ କରେ : ଯଦି ଆପଣ ଖରାପ କୋଲେଷ୍ଟ୍ରଲ ଦ୍ୱାରା ଅସୁବିଧାରେ ପଡୁଛନ୍ତି । ତେବେ ଏହା ଆପଣଙ୍କ ଖାଦ୍ୟରେ ପରିବର୍ତ୍ତନ କରିବା ଏବଂ ଆପଣଙ୍କ ଖାଦ୍ୟରେ ଓଟ୍ସ ଅନ୍ତର୍ଭୁକ୍ତ କରିବା ସବୁଠାରୁ ଭଲ ହେବ । ଏଥିରେ ଥିବା ଫାଇବର ବ୍ଲଡରେ ଥିବା ଖରାପ କୋଲେଷ୍ଟ୍ରଲ୍ ଲେବଲ୍କୁ କମ୍ କରିଥାଏ । କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ଦ୍ୱାରା, ଏବଂ ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମିଯାଏ । ଏଥିରେ ଏଣ୍ଟେରୋଲାକ୍ଟୋନ ମିଳିଥାଏ ଯାହା ହାର୍ଟ ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ ।

ସ୍କିନ୍ ସମସ୍ୟା ପାଇଁ ଭଲ ହୋଇଥାଏ : ଓଟ୍ସ କୋଲାଜେନ୍ ଉତ୍ପାଦନ କରେ ଯାହା ସ୍କିନ୍ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାର ବ୍ୟବହାର କରିବା ଦ୍ୱାରା ସ୍କିନ୍ରେ କୁଣ୍ଡେଇ ହେବା, ଫୁଲିବା ଏବଂ ଘାଆ ଭଳି ସମସ୍ୟା ସୃଷ୍ଟି ହୁଏ ନାହିଁ । ଏହାକୁ ବାରମ୍ବାର ବ୍ୟବହାର କରିବା ଦ୍ୱାରା ସ୍କିନ୍ ସମ୍ଭନ୍ଧୀୟ ଅନେକ ସମସ୍ୟା ଦୂର ହୋଇପାରେ ।

ଜାଣନ୍ତୁ ଓଟ୍ସକୁ କିପରି ଖାଇବେ ?

ଲୋକମାନେ ସେମାନଙ୍କର ବ୍ରେକ୍ଫାଷ୍ଟରେ ଅନେକ ଉପାୟରେ ଓଟ୍ସ ଅନ୍ତର୍ଭୁକ୍ତ କରିପାରିବେ । ତେବେ ଆପଣ ଏହାକୁ ଫଳ, ପନିପରିବା, ବାଦାମ ଏବଂ ଅନ୍ୟାନ୍ୟ ଜିନିଷ ସହିତ ଖାଇପାରିବେ । ଆପଣ ଏଥିରେ ଚିଲା, ଖିଚିଡି, ଓଟ୍ସ ଡୋସା ଏବଂ ଇଡଲି ମଧ୍ୟ ତିଆରି କରିପାରିବେ । ତେବେ ଏପରି ଭାବେ ଆପଣ ଓଟ୍ସକୁ ନିଜ ପ୍ରତିଦିନ ଡାଏଟ୍ରେ ସାମିଲ କରିପାରିବେ । ଯାହାଫଳରେ ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

Leave a Reply

Your email address will not be published. Required fields are marked *