ସ୍ୱାସ୍ଥ୍ୟ

କେଉଁ ଭିଟାମିନ ଅଭାବ ଥିଲେ ଆସିଥାଏ ଥକ୍କାପଣ, ଲାଗିଥାଏ ଅଧିକ ନିଦ

Spread the love

ଭିଟାମିନ୍‌ ଡି’ ଅଭାବ ରହିଲେ, ଶରୀରରେ ଥକ୍କାପଣ ଅନୁଭବ ହୋଇଥାଏ । ଏହାଦ୍ୱାରା ଅଧିକ ନିଦ ଲାଗିଥାଏ । ଭିଟାମିନ୍‌ ବି-୧୨ ଅଭାବ ରହିଲେ ମଧ୍ୟ ଥକ୍କାପଣ ଆସିଥାଏ ଓ ଅଧିକ ନିଦ ଆସିଥାଏ । ତେଣୁ ଏହି ସବୁ ସମସ୍ୟାକୁ ଦୂର କରିବାକୁ ହେଲେ ଆପଣଙ୍କୁ ମାଛ, ଅଣ୍ଡା ଓ କ୍ଷୀର ବା ଦୁଗ୍ଧଜାତୀୟ ଖାଦ୍ୟ ଖାଇବାକୁ ପଡ଼ିବ ।

ଭିଟାମିନ୍‌ ବି-୬ ମଧ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ । ଶରୀରକୁ ଭିଟାମିନ୍‌ ବି-୬ ପାଇଁ ଚିକେନ୍‌, ମାଛ, କଦଳୀ ଏବଂ ସାଗୁ ଜାତୀୟ ଖାଦ୍ୟ ଖାଇବା ଉଚିତ୍ । ଭିଟାମିନ୍‌ ସି ଖାଇଲେ ମଧ୍ୟ ଶରୀରରେ ଶକ୍ତି ରହିଥାଏ ଓ ଫୁର୍ତ୍ତି ଲାଗିଥାଏ । ଏଥିପାଇଁ ଆପଣଙ୍କୁ ଖଟା ଫଳ ଖାଇବାକୁ ପଡ଼ିଥାଏ ।

ଭିଟାମିନ୍‌ ଏ’ର ଅଭାବ ରହିଥିଲେ ମଧ୍ୟ ଶରୀରରେ ଥକ୍କାପଣ ଆସିଥାଏ । ଅଧିକ ନିଦ ବି ଆସିଥାଏ । ଏହି ସମସ୍ୟା ଦୂର ପାଇଁ ଆପଣଙ୍କୁ ଶକରକନ୍ଦ, ପନିପରିବା ଓ ଗାଜର ଖାଇବାକୁ ପଡ଼ିବ ।

ତେବେ ଏହି ସୂଚନା କେବଳ ସାମାନ୍ୟ ମାତ୍ର । ଏହା ଉପରେ ଅଧିକ ଜାଣିବା ପାଇଁ ବିଶେଷଜ୍ଞ ବା ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Leave a Reply

Your email address will not be published. Required fields are marked *