ସ୍ୱାସ୍ଥ୍ୟ

ଡାଳିମ୍ବ ଚୋପାରୁ ଫର୍ଟିଲାଇଜର୍; ଗଛକୁ ଦେବ ପୋଷକ ତତ୍ତ୍ୱ

Spread the love

ପ୍ରାୟ ଲୋକ ଡାଳିମ୍ବରୁ ଚୋପା ଛଡାଇବା ପରେ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଜାଣନ୍ତି କି ଏହା ଗଛମାନଙ୍କ ପାଇଁ ପୋଷକ ତତ୍ତ୍ୱ  ଭାବେ କାମ କରିଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ବିଭିନ୍ନ ଫଳ ଖାଇଥାଉ । କିନ୍ତୁ ଫଳ ଖାଇବା  ପରେ ମଞ୍ଜି ଓ ଚୋପାକୁ ଅନାବଶ୍ୟକ ଭାବି ଫିଙ୍ଗି ଦେଇଥାଉ । କିନ୍ତୁ ଜାଣନ୍ତି କି ଏସବୁକୁ  ଫିଙ୍ଗିବା ପରିବର୍ତ୍ତେ ବଗିଚାରେ ଥିବା ଗଛମାନଙ୍କ ପାଇଁ ପୋଷକ ତତ୍ତ୍ୱ ଭାବେ ବ୍ୟବହାର କରିପାରିବେ । ସେଓ ଓ ପିଜୁଳିକୁ ବହୁ ଲୋକ ଚୋପା ସହ ଖାଇଥାନ୍ତି । କିନ୍ତୁ ଡାଳିମ୍ବ, ନାସପାତି  ଆଦି କେତେକ ଫଳର ଚୋପା ଓ ମଞ୍ଜି ବାହାର କରିବାକୁ ପଡିଥାଏ । ଏହାକୁ ଫିଙ୍ଗିବା ପରିବର୍ତ୍ତେ ଗଛମାନଙ୍କର ଖାଦ୍ୟ ବା ପେଷ୍ଟିସାଇଡ୍‌ ସ୍ପ୍ରେ ଭାବେ ବ୍ୟବହାର  କରିପାରିବେ ।

ପ୍ରାୟ ସମସ୍ତେ ଗଛ ପାଇଁ ବଜାରରୁ  ପୋଷକ ତତ୍ତ୍ୱ କିଣିଥାନ୍ତି । କିନ୍ତୁ ବିନା ପଇସା  ଖର୍ଚ୍ଚରେ ମଧ୍ୟ ଡାଳିମ୍ବ ଚୋପାକୁ ପ୍ରାକୃତିକ  ଖାଦ୍ୟ ଭାବେ ବ୍ୟବହାର କରିପାରିବେ ।  ଏଥିପାଇଁ ଡାଳିମ୍ବ ଚୋପାକୁ ଗୋବର ସହ  ମିଶାଇ କିଛି ଦିନ ପାଇଁ ଢାଙ୍କି ରଖି ଦିଅନ୍ତୁ ।  ଏକ ସପ୍ତାହ ପରେ ଏହାକୁ ବିଭିନ୍ନ ଗଛ  ମୂଳରେ ଦେଇପାରିବେ । ଗଛ ମୂଳରେ  ବ୍ୟବହାର କରିବା ପୂର୍ବରୁ ଏହାକୁ ଭଲ ଭାବେ  ମିଶାଇ ନିଅନ୍ତୁ ।

 ଡାଳିମ୍ବ ଚୋପାକୁ  ଛଡାଇ ଭଲ ଭାବେ ଶୁଖାଇ ଗୁଣ୍ଡ କରି ଗଛ  ମୂଳରେ ବ୍ୟବହାର କରିପାରିବେ । ପ୍ରଥମେ  ଚୋପାଗୁଡିକୁ ଏକାଠି କରି ଖରାରେ ଶୁଖାଇ  ନିଅନ୍ତୁ । ଭଲ ଭାବେ ଶୁଖିଯିବା ପରେ ଏହାକୁ ଗ୍ରାଇଣ୍ଡରରେ ପେଶି ନିଅନ୍ତୁ । ଏହି ଗୁଣ୍ଡକୁ  କୌଣସି ଏୟାର୍‌ଟାଇଟ୍‌ କଣ୍ଟେନର୍‌ରେ ରଖି  ଦିଅନ୍ତୁ । ଆବଶ୍ୟକ ବେଳେ ଏହି ଗୁଣ୍ଡରେ  ମାଟି ମିଶାଇ ଗଛ ମୂଳରେ ଦେଇପାରିବେ ।

Leave a Reply

Your email address will not be published. Required fields are marked *