ସକାଳୁ ଶୀଘ୍ର ଉଠିବା ଶରୀର ପାଇଁ ଲାଭଦାୟକ
ଆପଣ ନିଶ୍ଚୟ ଶୁଣିଥିବେ ସକାଳୁ ଶୀଘ୍ର ଉଠିବା ଶରୀର ପାଇଁ ଭଲ। କିନ୍ତୁ ଆମେ ବହୁତ କମ୍ ଜଣଙ୍କୁ ଦେଖିବା ଯେଉଁମାନେ ସକାଳୁ ଉଠନ୍ତି ।ଆପଣ ଯାହାକୁ ବି ହେଲଥ୍ ଟିପ୍ସ୍ ମାଗିବେ ପ୍ରଥମେ ସେ ସକାଳୁ ଉଠିବାକୁ ହିଁ ପରାମର୍ଶ ଦେବେ । ତେବେ ଆପଣ ଏହାର ଫାଇଦା ବିଷୟରେ ଜାଣିଲେ ସକାଳୁ ଉଠିବା ପାଇଁ ମଧ୍ୟ ଚେଷ୍ଟା କରିବେ ସକାଳୁ ଉଠିବା ଦ୍ବାରା ଶାନ୍ତ ପରିବେଶକୁ ଅନୁଭବ କରିପାରିବେ । କାରଣ ସକାଳ ପୁରା ଶାନ୍ତ ପରିବେଶ ରହିଥାଏ । ଯାହାଦ୍ବାରା ଆପରଙ୍କ ମନ ଓ ଶରୀରକୁ ସୁସ୍ଥ ରଖିବାରେ ସାହର୍ଯ୍ୟ କରେ।
ସକାଳୁ ଶୀଘ୍ର ଉଠିବାର ଫାଇଦା :
ଅଳସୁଆ ଲାଗି ନଥାଏ-
ସକାଳୁ ଉଠିଲେ ଆମର ସବୁଠୁ ବଡ଼ ଫାଇଦା ହୋଇଥାଏ ଯେ, ଆମକୁ ଦିନସାରା ଅଳସୁଆ ଲାଗି ନଥାଏ। ଆମେ ପୂରା ଦିନ କାମ କରିବା ପାଇଁ ଶକ୍ତି ପାଇଥାଉ। ସକାଳୁ ଉଠୁଥିବା ଲୋକମାନଙ୍କ ମଧ୍ୟରେ ଭାବିବା ଓ କିଛି କାର୍ଯ୍ୟକୁ ସଠିକ୍ ରୂପେ ତୁଲାଇବାର କ୍ଷମତା ଥାଏ। ସକାଳୁ ଉଠୁଥିବା ଲୋକ ରଚନାତ୍ମକ ହୋଇଥାନ୍ତି। ସେମାନଙ୍କର ଏକାଗ୍ରତା ଶକ୍ତି ଅଧିକା ଥାଏ।
ସକରାତ୍ମକ ପ୍ରଭାବ ପକାଏ-
ସକାଳୁ ଉଠିବାର ଆଉ ଏକ ଫାଇଦା ହେଲା ଯେ, ଆପଣଙ୍କ ଉପରେ ଏହା ସକରାତ୍ମକ ପ୍ରଭାବ ପକାଇଥାଏ। ଦିନସାରା ବ୍ୟସ୍ତ ରହି କାମ କରିବା ପାଇଁ ଏହା ଆପଣଙ୍କୁ ଶକ୍ତି ଦିଏ। କୌଣସି କାମ କରିବା ଆଗରୁ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ।
ସନ୍ତୁଳିତ ଓଜନ ବଜାୟ ରଖିବାରେ ସାହାଯ୍ୟ କରେ-
ସକାଳେ ଉଠିବା ଏବଂ ଚାଲିବା ଏବଂ ବ୍ୟାୟାମ କରିବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ଏବଂ ମେଦବହୁଳତା ହ୍ରାସ ହୋଇଥାଏ । ତେଣୁ ଜଣେ ସକାଳେ ଉଠିବା ଉଚିତ୍ ।
ହଜମ ଭଲ ହୋଇଥାଏ-
ସକାଳୁ ଉଠିବା ଦ୍ବାରା ହଜମ ପ୍ରକ୍ରିୟା ସୁସ୍ଥ ରହେ । ପେଟ ସଫା ହୋଇଥାଏ । ଫଳରେ ଠିକ୍ ସମୟରେ ଖାଦ୍ୟ ଖାଇବାକୁ ଏବଂ ସକାଳେ ସନ୍ତୁଳିତ ଖାଦ୍ୟ ଖାଇବାକୁ ସମୟ ପାଇପାରିବେ ।

