ରାଜ୍ୟ

ବୁଢାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା

Spread the love

ଲଘୁଚାପ ଜନିତ ବର୍ଷାକୁ ନେଇ ମୟୁରଭଞ୍ଜ ଜିଲ୍ଲାକୁ ରେଡ୍‌ ଆଲର୍ଟରେ ରଖାଯାଇଛି । ଅତିପ୍ରବଳ ନହେଲେ ମଧ୍ୟ ରବିବାର ଠାରୁ ଜିଲ୍ଲାରେ ଲଗାତର ଭାବରେ ଝିପିଝିପି ବର୍ଷା ଲାଗି ରହିଛି । ମଧୁବନ ଦେଇ ଯାଇଥିବା ବୁଢାବଳଙ୍ଗ ନଦୀରେ ଧୀରେ ଧୀରେ ଜଳସ୍ତର ବୃଦ୍ଧି ପାଉଛି । ଏହିପ୍ରରିପେକ୍ଷୀରେ ନଦୀକୁଳିଆ ଅଞ୍ଚଳରେ ଲୋକଙ୍କୁ ଆଶ୍ରୟ ସ୍ଥଳକୁ ଉଠିଯିବା ପାଇଁ ଡାକବାଜି ଯନ୍ତ୍ରରେ ସତର୍କ ସୂଚନା ଦିଆଯାଇଛି |ସେପଟେ ସୋମବାର ସକାଳ ୭ଟାରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ସମୀକ୍ଷା କରିଛନ୍ତି । ବନ୍ୟା ଆଶଙ୍କା ନେଇ ମଧୁବନ ଠାରେ ବୁଢାବଳଙ୍ଗ ନଦୀର ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ। ଗତ ଶୁକ୍ରବାର ଠାରୁ ଜିଲ୍ଲା ପ୍ରଶାସନ ସମସ୍ତ ଜରୁରୀକାଳୀନ ପଦକ୍ଷେପ ସହିତ ବନ୍ୟା ଲାଗି ପୂର୍ବ ପ୍ରସ୍ତୁତି କରି ପରିସ୍ଥିତି ଉପରେ ନଜର ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର କୌଣସି ସ୍ଥାନରେ ସେଭଳି ଚିନ୍ତାଜନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ।

Leave a Reply

Your email address will not be published. Required fields are marked *