ରାଜ୍ୟ

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ

Spread the love

ବାତ୍ୟା ଦାନା ପାଇଁ ଗତ ୨୩ ତାରିଖରୁ ବନ୍ଦ ରହିଥିଲା ଶିମିଳିପାଳ । ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ପୁଣି ଖୋଲା ଜିମ୍ନି ଗାଡ଼ିରେ ବସି କୋର ଅଞ୍ଚଳ ବୁଲି ପାରିବେ ପର୍ଯ୍ୟଟକ । ବାତ୍ୟା ପ୍ରଭାବରେ ଶିମିଳିପାଳରେ ଲଗାଣ ବର୍ଷା ଯୋଗୁଁ ପୁଣି ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୩ଦିନ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରଖିବାକୁ ଘୋଷଣା କରିଥିଲେ କତ୍ତୃପକ୍ଷ ।ବର୍ତ୍ତମାନ ରାସ୍ତା ଘାଟ ସଜାଡ଼ିବା ପରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିମିଳିପାଳ|

Leave a Reply

Your email address will not be published. Required fields are marked *