ରାଜ୍ୟ

ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିବାର ସୁଯୋଗ ପାଇବେ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ

Spread the love

ସରସ୍ଵତୀ ଶିଶୁ ମନ୍ଦିରରେ ପାଠ ପଢୁଥିଵା ୫୦ ଜଣ ଛାତ୍ରଛାତ୍ରୀ ମାଗଣା ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିବାର ସୁଯୋଗ ପାଇବେ। ଏନେଇ ଗତକାଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ଵୈଷ୍ଣଵ ଘୋଷଣା କରିଛନ୍ତି । ସରସ୍ଵତୀ ଶିଶୁ ମନ୍ଦିର ପକ୍ଷରୁ ଏକ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ସଫଳ ହୋଇଥିବା ବିଜେତା ମାନଙ୍କୁ ବନ୍ଦେ ଭାରତ ଟ୍ରେନରେ ମାଗଣା ଯାତ୍ରା କରିବାର ସୁଯୋଗ ମିଳିବ। ଗତକାଲି କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏକ ସରସ୍ଵତୀ ଶିଶୁ ମନ୍ଦିରର ଭୂମିପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁଥିରେ ସେ ଛାତ୍ରଛାତ୍ରୀଙ୍କ ସହ ଅନେକ ଆଲୋଚନା କରିବାସହ ୫୦ଜଣ ଛାତ୍ରଛାତ୍ରୀଙ୍କୁ ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିପାରିବେ ବୋଲି କହିଛନ୍ତି।

ଭିଡିଓରେ ବନ୍ଦେ ଭାରତ ଟ୍ରେନକୁ ଦେଖିବାପରେ ଛାତ୍ରଛାତ୍ରୀଙ୍କ ମନରେ ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିବାର ଇଚ୍ଛା ଥିଲା । ଏଣୁ ସେମାନଙ୍କ ଇଛାପୂରଣ ପାଇଁ ଏକ ସ୍ଵତନ୍ତ୍ର ପ୍ରତିଯୋଗିତାର ଆୟୋଜନ କରାଯିବ ସହ ଏଥିରେ ଉତ୍ତୀର୍ଣ୍ଣ ହୋଇଥିଵା ୫୦ ଜଣ ଛାତ୍ର ଛାତ୍ରୀ ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିଵାର ସୁଯୋଗ ପାଇଵେ ଵୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଗହଣରେ ବନ୍ଦେ ଭାରତ ଟ୍ରେନ ସମ୍ପର୍କରେ ଅଧିକ ଆଲୋଚନା କରିଛନ୍ତି।
ମେ’ ୧୮ ତାରିଖରେ ପ୍ରଥମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ବନ୍ଦେ ଭାରତ ଟ୍ରେନ ଚଳାଚଳ ଆରମ୍ଭ କରିଥିଲେ । ଯାହା ପୁରୀରୁ ହାୱଡା ମଧ୍ୟରେ ଚାଲିଛି।

Leave a Reply

Your email address will not be published. Required fields are marked *