ବିଦ୍ୟାଳୟ ହେବ ପ୍ଲାଷ୍ଟିକ୍ ମୁକ୍ତ
ଭୁବନେଶ୍ବରର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ପ୍ଲାଷ୍ଟିକ୍ ମୁକ୍ତ କରାଯିବ। କୌଣସି ପ୍ରକାର ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ସାମଗ୍ରୀ କ୍ୟାମ୍ପସରେ ବ୍ୟବହାର ହେବ ନାହିଁ। ପ୍ରଧାନଶିକ୍ଷକମାନେ ଏଦିଗରେ ପଦକ୍ଷେପ ନେବା ସହ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବେ। ପ୍ଲାଷ୍ଟିକ୍ ବ୍ୟତୀତ ପଲିଥିନ୍, ବର୍ଜ୍ୟବସ୍ତୁ, ନଷ୍ଟ ହୋଇଥିବା ସାମଗ୍ରୀଗୁଡ଼ିକୁ କ୍ୟାମ୍ପସରେ ନପକାଇବା ଦିଗରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ। ଯଦି କୌଣସି ବିଦ୍ୟାଳୟ କର୍ତ୍ତୃପକ୍ଷ ନିୟମ ଉଲ୍ଲଂଘନ କରୁଥିବା ନଜରକୁ ଆସନ୍ତି ତାହା ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସହରରେ ଥିବା ବିଦ୍ୟାଳୟଗୁଡ଼ିକର ସ୍ବଚ୍ଛତା ବଜାୟ ରଖିବା ସହ କ୍ୟାମ୍ପସକୁ ପ୍ଲାଷ୍ଟିକ୍ ମୁକ୍ତ ଜୋନ୍ କରିବାକୁ ବିଏମ୍ସି ସହାୟତାରେ ଭୁବନେଶ୍ବର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି।

