ବାଲିଯାତ୍ରାକୁ ନେଇ ସ୍ୱତନ୍ତ୍ର ଘୋଷଣା ସମ୍ଭାବନା
ବର୍ଷକୁ ବର୍ଷ ବଢୁଛି କଟକ ବାଲିଯାତ୍ରାର ଆଦର । ଗତବର୍ଷ ୬୦ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଥିବା ବେଳେ ଏଥର ଆୟୋଜକ ଜିଲ୍ଲା ପ୍ରଶାସନ ୭୫ ଲକ୍ଷ ଜନସମାଗମ ଆକଳନ ନେଇ ମଇଦାନକୁ ଓହ୍ଲାଇଛି । ଭିଡ଼ ପରିଚାଳନାକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ଅନେକ ଗୁଡ଼ିଏ ନୂଆ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଉଠା ଦୋକାନୀଙ୍କୁ ତଳପଡ଼ିଆରେ ନିର୍ଦ୍ଦିଷ୍ଟ ଜମି ଦେବା, ଗ୍ରୀନ୍ କରିଡର ସୃଷ୍ଟି କରିବା, ଅଧିକ ପାର୍କିଂଷ୍ଟାଣ୍ଡ୍ ଆଦି ଯୋଜନାରେ ଏଥର ବାଲିଯାତ୍ରାକୁ ସଫଳତାର ସହ ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ । ଅନ୍ୟପକ୍ଷରେ ଏଥର ବାଲିଯାତ୍ରାରେ ଅନ୍ତର୍ଜାତୀୟ ବିଭାଗ ଗୁଡ଼ିକୁ ଯୋଡ଼ି ଦିଆଯାଇଛି । ଦେଶବିଦେଶରୁ ଅତିଥି ମାନେ ସାମିଲ୍ ହେବେ । ତେଣୁ ଚଳିତବର୍ଷ ବାଲିଯାତ୍ରାକୁ ନେଇ କିଛି ସ୍ୱତନ୍ତ୍ର ଘୋଷଣା କରାଯିବାର ସମ୍ଭାବନା ଥିବା କୁହାଯାଉଛି ।
