ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥ ପାଠ |
ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଓଡ଼ିଶା ଶାଖା ପକ୍ଷରୁ ସର୍କିଟ ହାଉସ ଠାରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥ ପାଠ ରାଜ୍ୟ ସଭାପତି ଆଇନଜୀବୀ କିଶୋର ଚନ୍ଦ୍ର କରଙ୍କୁ ଡାକ୍ତର ଉପାଧି ମିଳିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜରେ ଦିନକୁ ଦିନ ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଇବାରେ ଲାଗିଛି | ସାଧାରଣ ଜନତା ନ୍ୟାୟ ପାଇବାରୁ ବଂଚିତ ହଉଛନ୍ତି ବୋଲି ମତପ୍ରକାଶ ପାଇଥିଲା | ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ପକ୍ଷରୁ ରାଜ୍ୟ ସମ୍ପାଦକ ଇଂ ବିପିନ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିଭିନ୍ନ ରାଜ୍ୟ ପଦାଧିକାରୀ ସୁଚିନ୍ତିତ ମତ ରଖିଥିଲେ। ଦୁର୍ନୀତି ହଟାଇ ସମାଜସେବା କରିବାକୁ ରାଜ୍ୟ ସଭାପତି ଡ଼. କର, ଉପସଭାପତି ଅଶୋକ କୁମାର ମହାପାତ୍ର, ଅସିତ କୁମାର ମହାନ୍ତି, ବିଶ୍ୱଜିତ କାନୁନଗୋ, ଶ୍ୟାମସୁନ୍ଦର ମହାନ୍ତି, ମାନସ ଦାସ, ରମେଶ ଚନ୍ଦ୍ର ପଟ୍ଟନାୟକ, ଜୟଶ୍ରୀ ଦାଶ, ସତ୍ୟଜିତ ନାୟକ, ପ୍ରତାପ ରୁଦ୍ର ପଣ୍ଡା, ସ୍ମାରକ ରଞ୍ଜନ ବେହେରା, ଦ୍ୱାରିକା ନାଥ ଖୁଣ୍ଟିଆ, ସମ୍ବିତ ମହାପାତ୍ର ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।

