ବୈତରଣୀ କୂଳରେ ପବିତ୍ର ମହାବାରୁଣୀ ସ୍ନାନରେ ପିଣ୍ଡଦାନ ସହ ବୁଡ ପକାଇଲେ ଶ୍ରଦ୍ଧାଳୁ
ପୂଣ୍ୟତୋୟା ବୈତରଣୀ ନଦୀରେ ଚଳିତ ବର୍ଷ ମହା ବାରୁଣୀ ବୁଡ଼ ଅନୁଷ୍ଠିତ ହୋଇଛି । ଏଥିପାଇଁ ଯାଜପୁରର ଦଶାଶ୍ବମେଧ ଘାଟରେ ଆଜି ସକାଳୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି । ଏଥିସହିତ ବୈତରଣୀ ନଦୀ କୂଳରେ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି । ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଳା ଓ ରାଜ୍ୟ ବାହାରୁ ବହୁ ଭକ୍ତ ସାମିଲ ହୋଇଛନ୍ତି । ଚଳିତ ବର୍ଷ ୨୬ ତାରିଖ ରାତ୍ର ୧୧ଟା ୪୮ ଠାରୁ ୨୭ ତାରିଖ ଦିନ ୮ଟା ୧୨ ପର୍ଯ୍ୟନ୍ତ ବାରୁଣୀ ସ୍ନାନ ଯୋଗ ରହୁଥିବା ଜଣାପଡିଛି । ଶ୍ରଦ୍ଧାଳୁ ମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ, ପୋଲିସ ଓ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

