୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ
ରାଜଧାନୀରେ ବଢୁଥିବା ଅପରାଧ ହାର ନିୟନ୍ତ୍ରଣ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ଭୁବନେଶ୍ବର କମିଶନରେଟ ପୋଲିସର ହେବ ନବକଳେବର । ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ । ଗଠନ ହେବ ଭୁବନେଶ୍ବର ପୂର୍ବ ଓ ଭୁବନେଶ୍ବର ପଶ୍ଚିମ ୟୁପିଡ଼ି । ଏଥିପାଇଁ ଦୁଇ ଜଣ ଡିସିପି ଦାୟିତ୍ବରେ ରହିବେ । ପ୍ରତି ୟୁପିଡିରେ ୩ଟି ଜୋନ୍ ରହିବ । ଭୁବନେଶ୍ବର ପୂର୍ବ ୟୁପିଡିରେ ଜୋନ୍-୧, ଜୋନ୍-୨ ଓ ଜୋନ୍-୪ ରହିବ । ପଶ୍ଚିମ ୟୁପିଡିରେ ଜୋନ୍-୩, ଜୋନ-୫ ଓ ଜୋନ୍-୬ ରଖାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

