odisha

ବେଆଇନ ପଥର ଚାଲାଣ ବେଳେ ଚଢଉ

Spread the love

ଗତକାଲି ବିଳମ୍ବିତ ରାତି ରେ 20 ରୁ ଉର୍ଧ୍ବ ଡମ୍ପର ରେ ବେଆଇନ ଭାବରେ ପଥର ବୋଝେଇ କରି ବାଲେଶ୍ବର ସୋର ଅଞ୍ଚଳରୁ କଷାଫଳ ଅଭିମୁଖେ ଦ୍ରୂତ ଗତିରେ ଯାଉଥିବା ବେଳେ ଭଅଂରେଶ୍ବର ଛକ ନିକଟରେ ସ୍ଥାନୀୟ ଲୋକ ଗାଡି ଗୁଡିକ ଅଟକାଇବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ଫଳରେ ଡ୍ରାଇଭର ମାନେ ଅଧା ରାସ୍ତା ରେ ପଥର ଢାଳି ଦେଇ ଗାଡି ନେଇ ଚମ୍ପଟ ମାରିଥିଲେ । ଖବର ପାଇ ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ସମେତ ପଥର ଚାଲାଣ ର କାଗଜ ପତ୍ର ମାଗିବାରୁ କୌଣସି କାଗଜ ପତ୍ର ଦେଖାଇ ପାରି ନଥିଲେ । ପୋଲିସ 3 ଟି ଡମ୍ପର ଜବଦ କରି ଥାନା କୁ ନେବା ସହ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *