odisha

ଆଜିଠୁ ୩ ଦିନ ପାଇଁ ହିଟ ୱେଭ ୱାର୍ଣ୍ଣିଂ

Spread the love

ଆଜିଠୁ ପୁଣି ଜାଳିବ ଖରା ।ବିଭିନ୍ନ ସ୍ଥାନରେ ୪୧ ଡିଗ୍ରୀ ଛୁଇଁବ ତାପମାତ୍ରା । ଆଜି ୨ ଜିଲ୍ଲା ସମ୍ବଲପୁର ଓ ବୌଦ୍ଧକୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରି ରହିଥିବା ବେଳେ ବଲାଙ୍ଗୀରରେ ୪୦.୮, ବୌଦ୍ଧରେ ୪୦.୫, ସୋନପୁରରେ ୪୦.୨, ହୀରାକୁଦରେ ୪୦.୧, ସମ୍ବଲପୁର, ପାରଳାଖେମୁଣ୍ଡି, ଟିଟିଲାଗଡ଼ରେ ୪୦ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବର ତାପମାତ୍ରା ୩୮.୫ ଡିଗ୍ରିରେ ପହଞ୍ଚିଛି । ଆସନ୍ତା ୩ ଦିନ ମଧ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।

Leave a Reply

Your email address will not be published. Required fields are marked *