ଦିଲ୍ଲୀ ଏମ୍ସରେ ଭୀଷଣ ଅଗ୍ନିକାଣ୍ଡ
ଦିଲ୍ଲୀ ଏମ୍ସରେ ଲାଗିଛି ନିଆଁ । କିଛି ସମୟ ପୂର୍ବରୁ ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି । ଏଣ୍ଡୋସ୍କୋପି ରୁମର ଝରକା ଆଡ଼ୁ ନିଆଁ ଓ ଧୂଆଁ ବହୁ ଜୋରରେ ବାହାରୁଥବା ଦେଖିବାକୁ ମିଳିଛି । ନିଆଁକୁ ଆୟତ୍ତ କରିବାକୁ ୮ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛି । ଏବେ ଯାଏଁ ସମ୍ପୂର୍ଣ୍ଣ ଭାବେ ନିଆଁ ଲିଭି ନାହିଁ । ଦିଲ୍ଲୀ ଓ ଆଖପାଖ ଅଞ୍ଚଳରୁ ବି ଅଗ୍ନିଶମ ଗାଡ଼ି ଏଠାକୁ ପହଞ୍ଚୁଛି । ଏଣ୍ଡୋସ୍କୋପି ବିଭାଗରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

