କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସ୍ ଟ୍ରେନ୍ରେ ଅଗ୍ନିକାଣ୍ଡ
କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ବ୍ରେକ୍ ବାଇଣ୍ଡିଂ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି । ଟ୍ରେନଟି ଯାଉଥିବାବେଳେ ସେଥିରେ ନିଆଁ ଲାଗି ଯାଇଥିଲା । ରମ୍ଭିଳା ନିକଟରେ ଫାଟକ ଜଗୁଆଳି ଏହା ଦେଖିବା ପରେ ଟ୍ରେନକୁ ଅଟକାଯାଇଥିଲା । ଖବର ପାଇ ରେଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ନିଆଁଲିଭା କାର୍ଯ୍ୟ ଚାଲିଥିଲା ।ଏହା ପରେ ସ୍ଥିତି ସ୍ଵାଭାବିକ ହେବାରୁ ଟ୍ରେନଟି ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା ।ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ଏବଂ ବିଶେଷ କ୍ଷୟକ୍ଷତି ଘଟିନଥିବା କୁହାଯାଉଛି।
