ମଦମାଫିଆଙ୍କ ଘରେ ଚଢ଼ାଉ , ୧୦୦୦ ଲିଟର ଦେଶୀ ମଦ ଜବତ
ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ବିପୁଳ ପରିମାଣର ଦେଶୀ ମଦ ଥିବା ଖବର ପାଇ ଅବକାରୀ ବିଭାଗ ଓ ପୋଲିସ ଚଢ଼ାଉ କରିଥିଲେ| ମାତ୍ର ସେଠାରେ ଦେଶୀ ମଦ ସମେତ ବିପୁଳ ପରିମାଣରେ କୋଇଲା ଓ ଶାଳ କାଠ ଥିବା ଦେଖି ସେମାନେ ତୁରନ୍ତ ଖଣିବିଭାଗ ଓ ବନ ବିଭାଗକୁ ଖବର ଦେଇଥିଲେ l ଉଭୟ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଲକ୍ଷାଧିକ ଟଙ୍କାର କୋଇଲା ଓ ଶାଳ କାଠ ଜବତ କରିଥିଲେ lଏହା ସହିତ ୧୦୦୦ ଲିଟର ଦେଶୀମଦ, ୧୪ ଟି ବାଇକ, ୧ଟି ସ୍କର୍ପିଓ ମଧ୍ୟ ଜବତ କରାଯାଇଥିଲା |୪ ବିଭାଗର ଚଢ଼ାଉ ପରେ ପୋଲିସ ଜଣଙ୍କୁ ଗିରଫ କରିଛି | ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି |
