ଦେଶ ବିଦେଶ

ବଦଳୁନି ଦିଲ୍ଳୀର ବାୟୁ ଅବସ୍ଥା ,ଲଗାତାର ଏକ୍ୟୁଆଇ ୩୦୦ ଉପରେ

Spread the love

ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ବାସିନ୍ଦା ଅଣନିଃଶ୍ବାସୀ ହୋଇପଡ଼ିଛନ୍ତି। ଲଗାତାର ଭାବେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୩୦୦ ଉପରେ ରହୁଛି। ଦୀପାବଳି ପରଠାରୁ ଦିଲ୍ଲୀର ବାୟୁ ଗୁଣବତ୍ତା ପୂରାପୂରି ଭାବେ ବିଗିଡ଼ି ଯାଇଛି। ମଙ୍ଗଳବାର ସକାଳେ ଦିଲ୍ଲୀରେ ଅଧିକାଂଶ ସ୍ଥାନ ଧୁଆଁ ଆଚ୍ଛାଦିତ ହୋଇଥିବାବେଳେ ଅଧିକାଂଶ ଦିଲ୍ଲୀ ବାସିନ୍ଦା ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ଅଭିଯୋଗ କରିଛନ୍ତି।

ସେଣ୍ଟ୍ରାଲ୍ ପ୍ରଦୂଷଣ କ‌ଣ୍ଟ୍ରୋଲ୍‌ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ, ଆୟା ନାଗରରେ ବୁଧବାର ସକାଳ ୮ଟାରେ ୪୧୭ ଏକ୍ୟୁଆଇ ରେକର୍ଡ ହୋଇଛି। ଯାହାକି ସହରର ସବୁଠାରୁ ଖରାପ ବାୟୁ ଗୁଣବତ୍ତା ବୋଲି ଜାଣିବାକୁ ମିଳିଛି।

ତେବେ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବାୟୁ ଗୁଣବତ୍ତା ୩୦୦ରୁ ଅଧିକ ରହିିଛି। ବୁଧବାର ସକାଳେ ଘନ କୁହୁଡ଼ି ସହରକୁ ଘେରି ରହିଥିବା ବେଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ସମେତ ଦିଲ୍ଲୀର ଅନେକ ଅଞ୍ଚଳରେ ଦୃଶ୍ୟମାନତା ହ୍ରାସ ପାଇଛି।

 

Leave a Reply

Your email address will not be published. Required fields are marked *