ଆନ୍ତର୍ଜାତୀୟ

ରହସ୍ୟମୟ ଭାବେ ଘୁଞ୍ଚିଗଲା ବ୍ରିଟେନର ସାଟେଲାଇଟ୍‌

Spread the love

ବ୍ରିଟେନର ସବୁଠୁ ପୁରୁଣା ସାଟେଲାଇଟ୍‌ ସ୍କାଏନେଟ୍‌-୧ଏ ରହସ୍ୟଜନକ ଭାବେ ଏହାର ସ୍ଥାନରୁ ଘୁଞ୍ଚିଯାଇଛି । ତେବେ କିଏ, କିପରି ଏବଂ କାହିଁକି ଏହାକୁ ଘୁଞ୍ଚାଇଛି ନା କୌଣସି ପ୍ରାକୃତିକ କାରଣରୁ ଏହା ନିର୍ଦ୍ଦିଷ୍ଟ ସ୍ଥାନରୁ ଦୂରେଇ ଯାଇଛି ତାହା ଜଣାପଡ଼ିନାହିଁ ।

ବିଶେଷଜ୍ଞଙ୍କ ମତରେ ଅର୍ବିଟାଲ ମେକାନିକ୍ସ ଯୋଗୁ ଏହି ଅଧା ଟନ୍‌ ଓଜନର ସାଟେଲାଇଟ ଘୁଞ୍ଚି ଥାଇପାରେ । ନାଚୁରାଲ ଅର୍ବିଟାଲ ଡାଏନାମିକ୍ସ ବା ପ୍ରାକୃତିକ କକ୍ଷୀୟ ଗତିଶୀଳତା ଏହାର ବର୍ତ୍ତମାନର ସ୍ଥିତି ବାଖ୍ୟା କରିପାରିନାହିଁ । ସୂଚନା ଅନୁସାରେ, ୧୯୭୦ ଦଶକରେ ଜାଣିଶୁଣି ଏହି ସାଟେଲାଇଟକୁ ପଶ୍ଚିମ ଆଡ଼କୁ ସ୍ଥାନାନ୍ତର କରାଯାଇଥିଲା । ଏହା ପଛର କାରଣ କ’ଣ ଥିଲା ତାହା ସ୍ପଷ୍ଟ ହୋଇନାହିଁ । ସ୍ପେସ୍‌ କନ୍‌ସଲଟାଣ୍ଟ୍‌ ଡ. ଷ୍ଟୁଆର୍ଟ ଇଭ୍‌ସଙ୍କ କହିବା ଅନୁଯାୟୀ, ଏହା ଏବେ ୧୦୫ ଡିଗ୍ରୀ ୱେଷ୍ଟ ଦ୍ରାଘିମାରେ ଏକ ‘ଗ୍ରାଭିଟି ୱେଲ’ରେ ରହିଛି, ଯାହା କ୍ରମାଗତ ଭାବେ ଆଗକୁ ପଛକୁ ଠେଲି ହେଉଛି । ଦୁର୍ଭାଗ୍ୟବଶତଃ ଏହା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାଟେଲାଇଟ ଆଡ଼କୁ ଗତି କରୁଛି । ଏହି ସାଟେଲାଇଟ ଅକାମୀ ହୋଇଯାଇଥିବାରୁ ଅନ୍ୟ ସାଟେଲାଇଟ ସହ ପିଟି ହୋଇ ବିପଦ ସୃଷ୍ଟି କରିପାରେ । ଏଥିପାଇଁ ବ୍ରିଟେନକୁ ଦାୟିତ୍ୱବାନ୍‌ ପଦକ୍ଷେପ ନେବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *