Uncategorized

କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସଙ୍କୁ ଏସି ହେଲମେଟ୍ ପ୍ରଦାନ

Spread the love

କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସଙ୍କୁ ଏସି ହେଲମେଟ୍ ପ୍ରଦାନ | ପ୍ରବଳ ଖରାରେ ଟୋପିଟିଏ ପିନ୍ଧି ଟ୍ରାଫିକ ଛକମାନଙ୍କରେ ଟ୍ରାଫିକ ପୁଲିସମାନେ ଡ୍ୟୁଟି କରିଥାନ୍ତି। ଟ୍ରାଫିକ ପୁଲିସମାନଙ୍କ ପାଇଁ ପରୀକ୍ଷାମୂଳକ ଭାବେ ଏୟାର କୁଲିଙ୍ଗ ହେଲମେଟ ବ୍ୟବସ୍ଥା କରାଯାଇଛି | ଏହି ହେଲମେଟଗୁଡିକ ବ୍ୟାଟେରୀରେ ଚାଳିତ। ଏହି ହେଲମେଟ ପିନ୍ଧିବା ପରେ ମୁଣ୍ଡର ଚତୁଃପାର୍ଶ୍ବରୁ ଥଣ୍ଡା ପବନ ପ୍ରବାହିତ ହେବ । ଥରେ ଚାର୍ଜ ହେଲେ ୮ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରହିବ । ଏହି ହେଲମେଟ ପରୀକ୍ଷା ମୂଳକ ଭାବେ ସଫଳ ହେଲେ ସବୁ କର୍ମଚାରୀଙ୍କୁ ପ୍ରଦାନ କରାଯିବ। ସୂଚନା ଅନୁଯାୟୀ, ଏହି ହେଲମେଟ୍ ପୂର୍ବରୁ ଗୁଜରାଟ ପୁଲିସ ବ୍ୟବହାର କରିଛି |

Leave a Reply

Your email address will not be published. Required fields are marked *