ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଆମେରିକା !
ଶକ୍ତିଶାଳୀ କମ୍ପନ ଝଟକାରେ ଥରିଲା ଦକ୍ଷିଣ ଆମେରିକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ଏବଂ ଭୂକମ୍ପ ଝଟକାର ଆଶଙ୍କା କରାଯାଉଛି । ଏଥିପାଇଁ ଲୋକମାନଙ୍କୁ ସତର୍କ ରହିବାକୁ ସଚେତନ କରାଯାଇଛି ।
ତେବେ ଏପର୍ଯ୍ୟନ୍ତ ଭୂମିକମ୍ପ ଯୋଗୁଁ କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତିର ଖବର ମିଳିନି । ଏହି ଭୂମିକମ୍ପ ଝଟକା ଡ୍ରେକ୍ ପାସେଜ୍ ଅଞ୍ଚଳରେ ରେକର୍ଡ କରାଯାଇଛି । ଡ୍ରେକ୍ ପାସେଜ୍ ଏକ ଗଭୀର ଓ ପ୍ରଶସ୍ତ ସମୁଦ୍ର ପଥ, ଯାହା ଦକ୍ଷିଣ-ପଶ୍ଚିମ ଆଟଲାଣ୍ଟିକ୍ ମହାସାଗର ଓ ଦକ୍ଷିଣ-ପୂର୍ବ ପ୍ରଶାନ୍ତ ମହାସାଗରକୁ ସଂଯୋଗ କରେ ।
ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁସାରେ, ଭୂକମ୍ପ ଭାରତୀୟ ସମୟାନୁସାରେ ୭ଟା ୪୬ ମିନିଟ ୨୨ ସେକେଣ୍ଡରେ ଆସିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୩୬ କିମି ରେକର୍ଡ କରାଯାଇଛି । ତେବେ USGS ଅନୁଯାୟୀ ଭୂକମ୍ପର ତୀବ୍ରତା ୮ ରହିଛି ବୋଲି ପୂର୍ବରୁ କୁହାଯାଇଥିଲା । କିନ୍ତୁ ପରେ ଏହା ୭.୪ ବୋଲି ଜଣାପଡିଛି ।

