ୟୁକ୍ରେନ୍ ସେନା ବିରୋଧରେ ବଡ଼ ଧରଣର ରଣନୀତି ତିଆରି କରୁଛି ଋଷ
କୁର୍ସ୍କ ସହରରେ ଥିବା ୟୁକ୍ରେନ୍ର ସାମରିକ ଆଡ୍ଡା ଉପରେ ବଡ଼ ଧରଣର ଆକ୍ରମଣ ପ୍ରସ୍ତୁତିରେ ରହିଛି ଋଷ। ଏଥିପାଇଁ ଋଷ ଉତ୍ତର କୋରିଆ ସୈନିକଙ୍କ ସହ ହଜାର ହଜାର ସୈନିକ ଏକାଠି କରିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଳାଡିମିର ଜେଲେନସ୍କି ଗୁରୁବାର କହିଛନ୍ତି, ପ୍ରାୟ ୧୧ ହଜାର ଉତ୍ତର କୋରିଆ ସୈନିକ ତାଙ୍କ ଅଞ୍ଚଳରେ ଅଛନ୍ତି। ୟୁକ୍ରେନ୍ କମାଣ୍ଡର ସିଏନ୍ଏନ୍କୁ କହିଛନ୍ତି, ଉତ୍ତର କୋରିଆର ସୈନିକ କୁର୍ସ୍କରୁ ସିଧା ଯୁଦ୍ଧ ଅଭିଯାନରେ ଭାଗ ନେଉଛନ୍ତି। ସେମାନେ ଋଷର ପଡୋଶୀ ବେଲଗୋରୋଡ ଓ ଋଷ ଅଧିକୃତ ୟୁକ୍ରେନର ଅଞ୍ଚରରେ ମଧ୍ୟ ପ୍ରତିରକ୍ଷା ଅଭିଯାନର ଅଂଶ ରହିବେ। ଏବେ କୁର୍ସ୍କରେ ସିଧା ଭାବରେ ଓ୍ବାର ଅପରେସନ ପ୍ରସ୍ତୁତି ଚାଲିଛି। ଋଷରେ ମୁତୟନ ଉତ୍ତର କୋରିଆର ସୈନିକଙ୍କୁ ଯୁଦ୍ଧ ମୈଦାନରେ ପହଁଞ୍ଚିବା ପୂର୍ବରୁ ଜେଲେନସ୍କି ସତର୍କ ଅଛନ୍ତି। ସେ ନିଜ ସହଯୋଗୀ ଦେଶକୁ ଆବଶ୍ୟକୀୟ ପଦକ୍ଷେପ ଉଠାଇବାର ଅପିଲ କରିସାରିଛନ୍ତି।
