ମହାନଗର

ଦ୍ୱୈତନଗରୀରେ ବଢ଼ିଛି ଆତ୍ମହତ୍ୟା ହାର

Spread the love

ଦ୍ୱୈତନଗରୀରେ ଆତ୍ମହତ୍ୟା ହାର ବଢ଼ିଚାଲିଛି । ଗତ ଅକ୍ଟୋବରରେ ମୋଟ ୯୪ଜଣ ବିଷ  ପିଇ ମରିଛନ୍ତି । ସେଥିରୁ ୩୨ଜଣ ରାଜଧାନୀର । ବାକି ୬୨ଜଣ  କଟକରେ ବିଷ ପିଇ ଜୀବନ ହାରିଛନ୍ତି । ଅର୍ଥାତ, ରାଜଧାନୀ  ଅପେକ୍ଷା କଟକରେ ୨ ଗୁଣା ବିଷ ପିଇଛନ୍ତି । କମିଶନରେଟ  ପୁଲିସର ଅପମୃତ୍ୟୁ ଜନିତ ମାମଲାର ତଥ୍ୟରୁ ଏହା ଜଣାପଡିଛି ।

ତଥ୍ୟ ଅନୁସାରେ, ଗତମାସରେ ମୋଟ ୪୬୮ଟି  ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ଯେଉଁଥିରୁ ୯୪ଜଣ  ବିଷ ପିଇ ଜୀବନ ହାରିଥିଲେ। ମୋଟ ୨୬ଜଣ ବେକରେ ରଶି, ଗାମୁଛା, ଲୁଗା ଓ ଚୁନରି ଗୁଡ଼ାଇ ଆତ୍ମହତ୍ୟା କରିଥିଲେ । ଭୁବନେଶ୍ୱରରୁ ୧୫ଜଣ, କଟକରୁ ୧୧ଜଣ ଜୀବନ ହାରିବା  ପାଇଁ ଏଭଳି ପନ୍ଥା ଆପଣାଇଥିଲେ । ସେହିପରି ନିଆଁରେ ପୋଡି ହୋଇ ୨୨ଜଣଙ୍କ ଜୀବନ ଯାଇଛି । ସେଥିରୁ ଭୁବନେଶ୍ୱରରୁ  ୧୦ଜଣ ଓ କଟକରୁ ୧୨ଜଣ ଅଛନ୍ତି । ପାଣିରେ ବୁଡି ୧୨ଜଣ  ମରିଛନ୍ତି । ସାପ କାମୁଡିବା ଯୋଗୁଁ ୩୧ଜଣଙ୍କ ପ୍ରାଣ ଯାଇଛି ।  ଛାତ କିମ୍ବା ପାହାଡ଼ରୁ ଡେଇଁ ୧୫ଜଣଙ୍କ ଜୀବନ ଯାଇଛି ।

 

Leave a Reply

Your email address will not be published. Required fields are marked *