ସିଏମ୍ସି ଖାଦ୍ୟ ସୁରକ୍ଷା ବିଭାଗର ପ୍ରସ୍ତୁତି
ଚଳିତ ବର୍ଷ ବାଲିଯାତ୍ରାକୁ ବେଶ୍ ସଫଳତାର ସହ ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ସେହିକ୍ରମରେ ମେଳାକୁ ଆସୁଥିବା ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ମଧ୍ୟ ସିଏମ୍ସି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସିଏମ୍ସି ଖାଦ୍ୟ ସୁରକ୍ଷା ବିଭାଗ ଓ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗର ମିଳିତ ଉଦ୍ୟମରେ ସବୁ ଖାଦ୍ୟ ବ୍ୟବସାୟୀଙ୍କ ଉପରେ ନଜର ରଖାଯିବ । କୌଣସି ଖାଦ୍ୟ ନିମ୍ନମାନର ଥିବା ଜଣାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଆବଶ୍ୟକ ପଡିଲେ ଷ୍ଟଲ୍କୁ ସିଲ୍ କରାଯିବ ବୋଲି ମଧ୍ୟ ଖାଦ୍ୟ ସୁରକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏସବୁ ପାଇଁ ସିଏମ୍ସି ଖାଦ୍ୟ ସୁରକ୍ଷା ବିଭାଗ ଦ୍ୱାରା ସ୍ୱତନ୍ତ୍ର ଯୋଜନା କରାଯାଇଛି । ମେଳା ପାଇଁ ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷାଗାର ପଡ଼ିଆରେ ବୁଲିବ । ଏହା ସହିତ ସିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ ହୋଇଛି । ଏବେ ଖାଦ୍ୟ ବ୍ୟବସାୟୀଙ୍କୁ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ କରାଯାଉଥିଲା ବେଳେ ଯେଉଁମାନେ କରିନାହାନ୍ତି ମାଇକ୍ ପ୍ରଚାର କରାଯାଇ ଲାଇସେନ୍ସ ନେବା ପାଇଁ କରିବାକୁ ସଚେତନ କରାଯିବ ।
