Politics

ଆସନ୍ତାକାଲି ଶପଥ ଗ୍ରହଣ , ପୁଣି ହରିୟାଣା ମୁଖ୍ଯମନ୍ତ୍ରୀ ହେବେ ନାୟବ ସୈନୀ,

Spread the love

ହରିୟାଣା : ହରିୟାଣାରେ ବାଜିମାତ୍ କରିଛି ଭାରତୀୟ ଜନତା ପାର୍ଟି । ହରିୟାଣା ବିଜୟ ପରେ ପୁଣି ଥରେ ଏଠାରେ ମୁଖ୍ଯମନ୍ତ୍ରୀ ହେବାକୁ ଯାଉଛନ୍ତି ନାୟବ ସୈନୀ ।ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏନଡିଏ ସହଯୋଗୀ ଦଳର ସହଯୋଗୀ ରାଜ୍ୟର ମୁଖ୍ଯମନ୍ତ୍ରୀ ଓ ୩୭ ଅନ୍ଯ ନେତା ମଧ୍ଯ ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି ।। ବୁଧବାର ତାଙ୍କୁ ପଞ୍ଚକୁଳାରେ ଭାରତୀୟ ଜନତା ପାର୍ଟିର ବୈଠକରେ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି ।ବିଧାୟକ ଦଳ ବୈଠକରେ ପୂର୍ବ ଗୃହମନ୍ତ୍ରୀ ଅନିଲ ବିଜ ଓ ବିଧାୟକ କୃଷ୍ଣ ବେଦୀ ସୈନୀଙ୍କ ନାମର ପ୍ରସ୍ତାବ ରଖିଥିଲେ । ଏଥିରେ ସମସ୍ତ ବିଧାୟକ ସହମତି ରଖିଥିବା ଜଣାପଡିଛି । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମଧ୍ଯପ୍ରଦେଶ ମୁଖ୍ଯମନ୍ତ୍ରୀ ମୋହନ ଯାଦବ ମଧ୍ଯ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *