ମହାନଗର

ପଶ୍ଚିମବଙ୍ଗ ସୀମାରେ ଅଟକିଛି ଆଳୁ ଗାଡି ,ଓଡ଼ିଶାରେ ପଡିଲା ପ୍ରଭାବ

Spread the love

ପଶ୍ଚିମବଙ୍ଗ ସୀମାରେ ଅଟକି ରହିଛି  ଆଳୁ ଗାଡ଼ି । ଗତ ଦୁଇଦିନ ହେବ ସେଠାରୁ  ଆଳୁ ଆସିପାରିନି । ଏହାର ପ୍ରଭାବ ଏବେ ବଜାରରେ ପଡ଼ିଛି । ଭୁବନେଶ୍ୱର ଓ କଟକରେ  ଆଳୁ ଦର କିଲୋଗ୍ରାମ ପିଛା ୪୦ ଛୁଇଁଛି ।  ଶୁକ୍ରବାର ରାଜଧାନୀର ୧ ନମ୍ବର ହାଟ ଏବଂ  ଅନ୍ୟାନ୍ୟ ଛୋଟ ଦୋକାନରେ ଆଳୁ କିଲୋ  ୪୦ଟଙ୍କାରେ ବିକ୍ରି ହେଉଥିଲା । ଦିନକ ତଳେ  ଯେଉଁ ଆଳୁ ୩୫ଟଙ୍କାରେ ବିକ୍ରି ହେଉଥିଲା।  ଆଳୁ ଗାଡ଼ି ଆସି ପାରୁନି ଖବର ବ୍ୟାପିବା  କ୍ଷଣି ହଠାତ୍‌ ୫ଟଙ୍କା ବଢ଼ିଯାଇଛି । ସେହିପରି  କଟକରେ ଆଳୁ ହୋଲସେଲ୍‌ ମୂଲ୍ୟ କିଲୋ ପିଛା ୩୨ ଟଙ୍କା ରହିଥିବା ବେଳେ ଧଡ଼ା(୩କିଲୋ) ୯୬ ଟଙ୍କା ପଡୁଛି । କିନ୍ତୁ  ଖୁଚୁରା ବ୍ୟବସାୟୀ ଧଡ଼ା ପିଛା ୧୨୦ରୁ ଅଧିକ ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

 

Leave a Reply

Your email address will not be published. Required fields are marked *