କୋରାପୁଟ ଜିଲ୍ଲାରେ ତ୍ୱରାନ୍ୱିତ ହେବ ବିମାନସେବା : ଏଣିକି ସବୁଦିନ ଭୁବନେଶ୍ୱରରୁ ଜୟପୁର ଚଳାଚଳ କରିବ ୨ ଫ୍ଲାଇଟ୍
ଡିସେମ୍ବର ପହିଲାରୁ ପ୍ରତିଦିନ ସକାଳ ୬ଟା ୫୫ରେ ପ୍ରଥମ ଏବଂ ପୂର୍ବାହ୍ଣ ୧୦ଟା ୫୫ରେ ଦ୍ୱିତୀୟ ବିମାନ ଉଡ଼ିବ । ଏଠାରେ ପହଞ୍ଚିବା ପରେ ଉଭୟ ବିମାନ ଯଥାକ୍ରମେ ସକାଳ ୮ ଟା୫୫ ଏବଂ ଅପରାହ୍ଣ ୩ଟା ୧୫ରେ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ ଭରିବ । ସେବାପ୍ରଦାନକାରୀ ସଂସ୍ଥା ଇଣ୍ଡିଆୱାନ୍ ଏୟାର ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦିଆଯାଇଛି ।୧ ଘଣ୍ଟା ୪୦ ମିନିଟ୍ର ଉଡ଼ାଣ ପରେ ଜୟପୁର ଏୟାରପୋର୍ଟରେ ୮ଟା ୩୫ରେ ପହଞ୍ଚିବ । ଫ୍ଲାଇଟ୍-୧୭୨୦୯ ଏଠାରୁ ପୂର୍ବାହ୍ଣ ୮.୫୫ରେ ବାହାରି ୧ ଘଣ୍ଟା ୩୫ ମିନିଟ୍ ପରେ ଅର୍ଥାତ ପୂର୍ବାହ୍ଣ ୧୦.୩୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଲ୍ୟାଣ୍ଡ କରିବ । ସେଦିନର ଦ୍ୱିତୀୟ ବିମାନସେବା ଭୁବନେଶ୍ୱର-ଜୟପୁର-ବିଶାଖାପାଟଣା-ଜୟପୁର-ଭୁବନେଶ୍ୱର ମଧ୍ୟରେ ଚାଲିବ । ଅର୍ଥାତ ଦ୍ୱିତୀୟ ଫ୍ଲାଇଟ୍(୧୭୧୦୩) ପୂର୍ବାହ୍ଣ ୧୦.୫୫ରେ ଭୁବନେଶ୍ୱରରୁ ବାହାରି ମଧ୍ୟାହ୍ଣ ୧୨.୩୦ରେ ଜୟପୁର ଏୟାରପୋର୍ଟରେ ପହଞ୍ଚିବ । ୨୦ ମିନିଟ୍ ରହଣି ପରେ ଫ୍ଲାଇଟ୍(୧୭୧୦୪) ବିଶାଖାପାଟଣା ଅଭିମୁଖେ ୧୨.୫୦ରେ ବାହାରିବ । ୫୦ ମିନିଟ ପରେ ଅପରାହ୍ଣ ୧.୪୦ରେ ସେଠାକାର ଏୟାରପୋର୍ଟରେ ଲ୍ୟାଣ୍ଡ କରିବ । ୨୦ ମିନିଟ୍ ପରେ ଯାତ୍ରୀଙ୍କୁ ନେଇ ଅପରାହ୍ଣ ୨ଟା ରେ ବାହାରି ୨.୫୫ରେ ଏଠାରେ ପହଞ୍ଚିବ । ଜୟପୁର-ବିଶାଖାପାଟଣା-ଜୟପୁର ବିମାନସେବା ଡିସେମ୍ବରରୁ ପ୍ରତି ମଙ୍ଗଳବାର ବନ୍ଦ ରହିବ ।

