ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ
ମାଲକାନଗିରି ଜଳ ସମ୍ପଦ ବିଭାଗ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରୁ ରେଡ୍ ବେଳେ ମିଳିଲା ନଗଦ ଦେଢ଼ କୋଟି ଟଙ୍କା । ଜୟପୁରସ୍ଥିତ ଘର ଓ ମାଲକାନଗିରି MV-8ରେ ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ମାଲକାନଗିରି, କଟକ, ଭୁବନେଶ୍ବର, ଜୟପୁର ସମେତ ୮ଟି ସ୍ଥାନରେ ଚାଲିଛି ରେଡ୍ । କଟକ ବାଲିସାହିସ୍ଥିତ ପୈତୃକ ଘରେ, ଭୁବନେଶ୍ବର ହାଉସିଂ ବୋର୍ଡ କଲୋନୀ, ଭୀମଟାଙ୍ଗୀରେ ଚଢାଉ ଚାଲିଛି । ଜୟପୁର ଘରର ଆସବାବପତ୍ର ଦେଖି ଭିଜିଲାନ୍ସ ତାଜୁବ । ବିଭାଗର ଅନ୍ୟ ୩ କର୍ମଚାରୀଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ସହକାରୀ କୃଷି ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ଓ ଜଣେ ଠିକା କର୍ମଚାରୀଙ୍କ ଘରେ ରେଡ୍ ଚାଲିଛି ।

