ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୮ତାରିଖ ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଭବନ ଯିବେ । ରାଜଭବନରେ ରାତ୍ର ରହଣୀ କରିବେ । ୯ ତାରିଖ ସକାଳ ୯ଟା ୪୫ରେ ରାଜଭବନରୁ ଜନତା ମଇଦାନ ଯିବେ ନରେନ୍ଦ୍ର ମୋଦି । ୯ଟା ୫୫ରେ ଜନତା ମଇଦାନରେ ପହଞ୍ଚିବା ପରେ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ହେବେ ସାମିଲ । ଦିନ ୧୦ଟାରୁ ୧୧ଟା ୩୦ ପର୍ୟ୍ୟନ୍ତ ପ୍ରବାସୀ ଭାରତୀୟଙ୍କ ସହ ସମୟ ବିତାଇବେ ମୋଦି । ଏହାପରେ ଦିନ ୧୧ଟା ୫୫ରେ ଦିଲ୍ଲୀ ଅଭିମୁଖେ ବାହାରି ଯିବେ ।ଏହି ୩ ଦିନିଆ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଯୋଗ ଦେବେ ।ବିମାନବନ୍ଦରରେ ଏବଂ ଜନତା ମଇଦାନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇବା ସହ ଅତିଥି ଓ ଭିଭିଆଇପିଙ୍କ ନିମନ୍ତେ ସୁରକ୍ଷା ବ୍ୟବସ୍ଥା, ରୁଟ ଲାଇନ ଏବଂ ସେହି ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ଆଦି ସଂକ୍ରାନ୍ତରେ ଉପଯୁକ୍ତ ପଦକ୍ଷେପ ନେବାକୁ ଡିଜିପି ଖୁରାନିଆ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

