ରାଜ୍ୟ

ଆଜିଠୁ ୩୧ ପର୍ଯ୍ୟନ୍ତ ପ୍ଲାନେଟୋରିୟମରେ ଗ୍ରହପୁଞ୍ଜ ପରେଡ୍

Spread the love

ସୌରଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପ୍‌ଚୁନ୍ ଓ ୟୁରେନ୍ସ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହାଜାଗତିକ ଦୃଶ୍ୟ ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଦେଖିବାକୁ ମିଳିବ। ଏହି ଗ୍ରହଗୁଡ଼ିକ ଏକ ସରଳରେଖାରେ ରହିବା ଦ୍ୱାରା ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖିହେବ। ମଙ୍ଗଳ, ଶୁକ୍ର, ବୃହସ୍ପତି ଏବଂ ଶନି ଭଳି ଗ୍ରହ ଏକ ସରଳରେଖାରେ ରହି ସୁନ୍ଦର ଦୃଶ୍ୟ ସୃଷ୍ଟି କରିବେ ଏବଂ ଏଗୁଡ଼ିକୁ ଖାଲି ଆଖିରେ ଦେଖିହେବ। ସେହିଭଳି ଦୂରବୀକ୍ଷଣ ଏବଂ ଟେଲିସ୍କୋପ ମାଧ୍ୟମରେ ନେପ୍‌ଚୁନ୍ ଏବଂ ୟୁରେନ୍ସ ଦୃଶ୍ୟମାନ ହେବ। ସର୍ବସାଧାରଣଙ୍କ ପାଇଁ ଏଥିନିମନ୍ତେ ବ୍ୟବସ୍ଥା କରାଯାଇଛି। ବିଜ୍ଞାନ ଓ କାରିଗରୀ ବିଭାଗ ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଏହି ବିରଳ ଦୃଶ୍ୟ ଦେଖିବାର ବ୍ୟବସ୍ଥା କରାଯାଇଛି। ସୋମବାର ବ୍ୟତୀତ ଅନ୍ୟ ଦିନଗୁଡ଼ିକରେ ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଏଭଳି ବିରଳ ଦୃଶ୍ୟ ଦର୍ଶକ ଦେଖିବାର ସୁଯୋଗ ପାଇବେ।

Leave a Reply

Your email address will not be published. Required fields are marked *