ବଳ ଗୋଟାଉଛି କଂଗ୍ରେସ, ଦଳରେ ସାମିଲ ହେଲେ ପୂର୍ବତନ ପ୍ରଶାସକ
ବଳ ଗୋଟାଉଛି କଂଗ୍ରେସ। ଆଜି ଦଳରେ ସାମିଲ ହୋଇଛନ୍ତି ପୂର୍ବତନ ପ୍ରଶାସକ। ପୂର୍ବତନ IAS ଅଧିକାରୀ ପଞ୍ଚାନନ ଦାସ, ବିଶ୍ୱନାଥ ଆଚାର୍ଯ୍ୟ ଏବଂ ପୂର୍ବତନ OAS ଅଧିକାରୀ ରବୀନ୍ଦ୍ର ନାଥ ମିଶ୍ର, ଉଦ୍ଧବ କର କଂଗ୍ରେସରେ ସାମିଲ ହୋଇଛନ୍ତି । ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହି ସମୟରେ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା, ତାରା ବାହିନୀପତି ଉପସ୍ଥିତି ଥିଲେ। ଶନିବାର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏହି ସମୟରେ ଆଗାମୀ ଦିନରେ କିଭଳି ନିର୍ବାଚନ ଲଢିବ ଦଳ ସେ ନେଇ ଆଲୋଚନା ହୋଇଛି। ଲୋକଙ୍କ ନିକଟତର ହେବାକୁ କଂଗ୍ରେସ ସମସ୍ତ ଉଦ୍ୟମ କରିବ ବୋଲି ଦଳ କହିଛି ।
