ରାଜ୍ୟ

ଝୁଲନ୍ତା ମୃତଦେହ ଉଦ୍ଧାର ! ହତ୍ୟା ନା ଆତ୍ମହତ୍ୟା ?

Spread the love

ଆମ୍ବ ବିଧିବଦ୍ଧ ମଶାଣି ନିକଟରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଏୟାରଫିଲ୍ଡ ଥାନା ଅଞ୍ଚଳର ଜିତୁ ବେହେରା ବୋଲି ଜଣାପଡ଼ିଛି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

 ସୂଚନା ମୁତାବକ, ତିନିଜଣ ଯୁବକ ଆମ୍ବ ବିଧିବଦ୍ଧ ମଶାଣି ଆଡକୁ ବାଇକରେ ଯାଇଥିଲେ । ହେଲେ ଫେରିବା ବେଳ କେବଳ ଦୁଇ ଜଣ ଫେରିଥିଲେ । ଏହି ଦୃଶ୍ୟ ସେହିଠାରେ ରାତିରେ ମାଟିକାମ କରୁଥିବା ଜଣେ ଜେସିବି ଡ୍ରାଇଭର କହିଛନ୍ତି । ପରେ ଗୁରୁବାର ସକାଳୁ ଜଣଙ୍କ ଝୁଲନ୍ତା ମୃତଦେହ ଆମ୍ବ ବିଧିବଦ୍ଧ ମଶାଣି ନିକଟରୁ ଉଦ୍ଧାର ହୋଇଛି । ଏନେଇ ଖବର ପାଇବା ପରେ ଏୟାରଫିଲ୍ଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ପୋଷ୍ଟମର୍ଟମ ପାଇଁ ପଠାଇ ଚଦନ୍ତ ଆରମ୍ଭ କରିଛି । ତେବେ ସେ ଯୁବକ ମାନେ କିଏ ।  ଜିତୁକୁ ହତ୍ୟା ପରେ ସେଠାରେ ଟାଙ୍ଗିଦିଆ ଯାଇ ନାହିଁ ତ ? ଏପରି ଅନେକ ପ୍ରଶ୍ନ ଉଠଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *