ହାତୀ ପଲ ପାଇଁ ୧୦୦ରୁ ଉର୍ଦ୍ଧ୍ବ ଗାଁରେ ଲାଗି ରହିଛି ଆତଙ୍କ
ଥମୁନି ହାତୀଙ୍କ ଉପଦ୍ରବ । ଗୋଟେ କି ଦୁଇଟି ନୁହେଁ ୪୫ଟି ହାତୀ ଜଙ୍ଗଲ ଛାଡ଼ି ଆସି ଜନବସତିରେ ପଶିଛନ୍ତି । ଆଉ ନଷ୍ଟ କରୁଛନ୍ତି ଶହ ଶହ ଏକର ଫସଲ ସହ ଘର ।ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡର ଭିନ୍ନ ଭିନ୍ନ ସ୍ଥାନରେ ୪୫ ଟି ହାତୀଙ୍କ ଉପଦ୍ରବ ଜାରି ରହିଛି । ତେବେ ବନ ବିଭାଗ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଚିନ୍ତା ବଢ଼ାଇଛନ୍ତି ଡୁମୁରିଆ ଗାଁ ନିକଟରେ ଥିବା ୨୬ ଟିକିଆ ହାତୀପଲ ।ଦିନ ବେଳେ ଜଙ୍ଗଲରେ ରହୁଛନ୍ତି କିନ୍ତୁ ସନ୍ଧ୍ୟା ହେଲେ ଗାଁ ଅଭିମୁଖେ ଆସିବା ସହିତ ଧାନ ବିଲରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ମନୁଷ୍ୟକୁ ସୁରକ୍ଷା ଦେବା ଏବେ ବନ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଚ ପାଲଟିଛି । ହାତୀ ଏବଂ ମନୁଷ୍ୟ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ହାତୀ ଥିବା ଜଙ୍ଗଲ ନିକଟକୁ ନଯିବାକୁ ବାରଣ କରିଛି ବନ ବିଭାଗ ।

